ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ମନା
ନିଳଗିରି : ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର ନିଳଗିରିରେ ଘୋଷଯାତ୍ରାରେ ପୁଲିସର ଦବଙ୍ଗଗିରି ପାଇଁ ନୀଳଗିରିର କିଛି ସାମ୍ବାଦିକଙ୍କୁ ନିଜର ଆଇ କାର୍ଡ, ସହିତ ନିଳଗିରି ପୁଲିସ ପକ୍ଷରୁ ଦିଆଯାଇଥିବା ପାସ୍ ଦେଖାଇଲା ପରେବି ତଥ୍ୟ ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ଛାଡ଼ିନଥିଲା । ଫଳରେ ସାମ୍ବାଦିକ ବନ୍ଧୁ ଜଣକ କିଛି ନକହି ରଥ କୋଡନରୁ ଫେରିଆସିଥିବାର ପ୍ରକାଶ କରିଛନ୍ତି । ଉକ୍ତ ପ୍ରସଙ୍ଗ ନିଳଗିରି ସାମ୍ବାଦିକ ମହଲରେ ଜଣାଇବା ପରେ ଏକ ଜରୁରୀ ବୈଠକ ବସିଥିଲା । ତେବେ ସମସ୍ତ ପରିଚୟ ପତ୍ର ଦେଖାଇବା ପରେ ପୁଲିସ କଣ ପାଇଁ ଛାଡ଼ି ନଥିଲା, ତାହା ସାମ୍ବାଦିକ ମହଲରେ ଘୋର ନିନ୍ଦା କରାଯାଇଛି । ନୀଳଗିରିର ରଥଯାତ୍ରାକୁ ସାରା ଜଗନ୍ନାଥ ପ୍ରେମୀଙ୍କୁ ପ୍ରସାର ପ୍ରଚାର କରୁଥିବା ଗଣମାଧ୍ୟମକୁ ପୁଲିସ୍ ରୋକ୍ ଦେଲେ କୋଉ କାରଣରୁ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ବାହୁଡାÿ ଯାତ୍ରା ରେ ଏକ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇ ପାରେ ବୋଲି ସୂଚନା ଦିଆଯାଇଛି । ତୁରନ୍ତ ନିଳଗିରି ଏସଡିପି ଏଦିଗରେ ଦୃଷ୍ଟି ଦେବାକୁ ସାମ୍ବାଦିକ ମହଲରେ ଦାବୀ ହେଉଛି ।