ଉକ୍ରଳ ସାହିତ୍ୟ ସମାଜର ସମାବର୍ତ୍ତନ ଉତ୍ସବ: ‘ସାହିତ୍ୟ ଜୀବନ୍ତ ଓ ବିକଶିତ ଶକ୍ତି ହେଉ’

 ଭୁବନେଶ୍ୱର : କଟକ ଠାରେ ଉକôଳ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଯୋଗ ଦେଇ ଉତ୍ସବ ଉଦ୍ଘାଟନ କରିଥିଲେ । ଆଧୁନିକ ସମୟରେ ଆଞ୍ଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ମତ ଦେଇଥିଲେ । ସେହିପରି ଏକବିଂଶ ଶତାଦ୍ଦୀରେ ଆମର ଆଞ୍ଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ ହେବା ଉଚିତ ନୁହେଁ । ଏହା ଏକ ଜୀବନ୍ତ ଓ ବିକଶିତ ଶକ୍ତି ହେବା ଉଚିତ, ଯାହା ସମୟ ସହିତ ପ୍ରେରଣା ଯୋଗାଇବ ଓ ଜଡ଼ିତ ରହିବ ବୋଲି କହିଥିଲେ ।
ଉକôଳ ସାହିତ୍ୟ ସମାଜର ଐତିହାସିକ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ, ଏହା ଓଡ଼ିଆ ଭାଷା ଏବଂ ସାହିତ୍ୟର ଏକ ଦୃଢ଼ ରକ୍ଷକ ହୋଇ ରହିଛି । ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହା ସାହିତି୍ୟକ ନବଜାଗରଣର ଏକ ଆଲୋକବର୍ତିକା ଭାବରେ ଛିଡ଼ା ହୋଇଛି । କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଭାବେ ସମ୍ମାନନୀୟ ରାଷ୍ଟ୍ରନେତା, ପ୍ରତିଷ୍ଠିତ ଜନ ସେବକ ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଉକôଳ ସାହିତ୍ୟ ସମାଜର ସର୍ବୋଚ୍ଚ ମାନ୍ୟତା ‘ଉକôଳ ରନô ପୁରସ୍କାର’ରେ ସମ୍ମାନିତ କରିଥିଲେ ରାଜ୍ୟପାଳ । ରାଜ୍ୟପାଳ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ ପ୍ଲାଟ୍ଫର୍ମ ମାଧ୍ୟମରେ ସାହିତ୍ୟ ଗବେଷଣା, ଅନୁବାଦ ଏବଂ ଯୁବ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିଥିଲେ । ଉକôଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ଉକôଳ ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫେସର ବିଜୟାନନ୍ଦ ସିଂହ, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ବକ୍ତବ୍ୟ ପ୍ରଦାନ କରିଥିଲେ ।