ଆତଙ୍କି ମାଙ୍କଡକୁ କାବୁ କଲା ବନବିଭାଗ

 ସୋର : ସୋର ବ୍ଲକ ନୂଆଗାଁ ଏବଂ ମୂଳିସିଂ ଅଞ୍ଚଳରେ ଗତ କିଛି ଦିନ ଧରି ଆତଙ୍କ ରଚିଥିବା ଏକ ମାଙ୍କଡକୁ ବନ ବିଭାଗ ପକ୍ଷରୁ କାବୁ କରାଯାଇଛି । ସୂଚନା ଅନୁସାରେ ସୋର ବ୍ଲକ ମୁଳିସିଂ ପଞ୍ଚାୟତ ଏବଂ ନୁଆଗାଁରେ ଗତ ୨୬ ତାରିଖରୁ ଏକ ମାଙ୍କଡ ପଲ ପଶିଆସିବା ସହିତ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲା । ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ପୁର୍ବାହ୍ନରେ ଚାନ୍ଦିପୁର ବନ ବିଭାଗ ପକ୍ଷରୁ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଟ୍ରାଙ୍କୁଲାଇଜେସନ କରି ମାଙ୍କଡଟିକୁ କାବୁ କରିଥିଲେ ।ମାତ୍ର ଏବେବି ୧୫ରୁ ଉର୍ଧ୍ୱ ମାଙ୍କଡ ଗ୍ରାମରେ ଥିବାବେଳେ ସେମାନଙ୍କୁ ବନ ବିଭାଗ ପକ୍ଷରୁ କାବୁ କରିବାରେ ସଫଳ ହୋଇ ନପାରି ଫେରିଯାଇଛନ୍ତି । ଫଳରେ ଏବେବି ଲୋକଙ୍କ ମନରେ ଭୟ ଥିବା ଜଣାପଡିଛି ।