ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

ଆସିକା: ସମ୍ପ୍ରତି ବିଦ୍ୟାର୍ଥୀ ମାନେ ଜ୍ଞାନ ଆରୋହଣ ପାଇଁ କୌଣସି ସମୟସୀମା, ନିର୍ଦ୍ଧିଷ୍ଟ ବୟସ, ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତା ନାହିଁ. ନିଜ ଜୀବନକାଳ ମଧ୍ୟରେ ନିଜ ମାତାପିତା, ଗୁରୁଜନ, ଶୁଭେଛୁ ମାନଙ୍କ ପାଖରୁ ଜ୍ଞାନ ଶିକ୍ଷା ଲାଭ କରି ନିଜ ଜୀବନକାଳ ମଧ୍ୟରେ ସଦ ଉପଯୋଗ କରି ରାଷ୍ଟ୍ରର ଜଣେ ଜଣେ ସୁ ନାଗରିକ ହେବା ପାଇଁ ଅତିଥି ମାନେ ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ. ଆସିକା ବ୍ଲକ କଲେଜ ଛକ ସରକାରୀ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉସôବ ବା  ବାର୍ଷିକ ଉସôବ ତଥା ପୁରସ୍କାର ବିତରଣ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ରଙ୍କ ଅଧକ୍ଷତା ରେ ଆସିକା ବିଜ୍ଞାନ କଲେଜର ଅଧକ୍ଷ ଡ଼ଃ. ଜୀବନାନନ୍ଦ ତ୍ରିପାଠୀ, ବିଧାୟକ ପ୍ରତିନିଧି ସନ୍ଦୀପ ପାଢ଼ୀ,ପୂର୍ବତନ କଲେଜ ଅଧକ୍ଷ ରାଧାଚରଣ ସାହୁ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରି ବିଭୁ ନନ୍ଦନ ପଣ୍ଡା, ସରପଞ୍ଚ ଜୟନ୍ତୀ ସାହୁ,  ପୂର୍ବତନ ଶିକ୍ଷକ ଶରତ ଚନ୍ଦ୍ର ଖାଡେଙ୍ଗା,ଯୁଧିଷ୍ଠିର ଦୋରା,ସନ୍ତୋଷ କୁମାର ପ୍ରଧାନ, ପ୍ରସନ୍ନ କୁମାର ସାହୁ,କ୍ରୀଡା ଶିକ୍ଷକ ପଦ୍ମ ବିଷୋୟୀ , ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ,ସମାଜସେବୀ ଭଗବାନ ସାହୁ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ପ୍ରମୁଖ ମଞ୍ଚାସିନ ରହିଥିଲେ । ପିଲାମାନଙ୍କ ମଧ୍ୟରେ ଚିତ୍ର, ବକୃତା, କୁଇଜ, ପୁଚି, ୌଡ଼ଡିଆଁ, ସଂଗୀତ, ସ୍ୱଲୋସାଇକେଲ ଚାଳନା, ମୁଜିକାଲ ଚ୍ୟାର, ଦୌଡ଼ ମାନ ଆୟୋଜନ କରାଯାଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ଅବସରପ୍ରାପ୍ତ ଶିକ୍ଷକ,ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ କୈଳାସ ଚନ୍ଦ୍ର ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଶୋକ ପଟ୍ଟନାୟକ, ରାମ ଚନ୍ଦ୍ର ପ୍ରଧାନ, ଦେବାଶିଷ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ସେଠୀ, ରାହୁଲ ପଟନାୟକ, ବଳରାମ ବେହେରା, ଅନିଲ ଜେନା, ଲକ୍ଷ୍ମୀ ଜେନା, ଶିକ୍ଷୟତ୍ରୀ ପ୍ରଜ୍ଞାପରିମିତା ପଣ୍ଡା, ଶର୍ମିଷ୍ଠା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ଇପ୍ସିତା ମଲ୍ଲିକ ସମେତ ବାସୁଦେବ ପ୍ରଧାନ, ରବୀନ୍ଦ୍ର କୁମାର ସ୍ୱାଇଁ, ଜୟଦେବ ପ୍ରଧାନ ସହଯୋଗ କରିଥିଲେ କ୍ଷ ପିଲାମାନେ ସୁନ୍ଦର ସୁନ୍ଦର ବେଶ ପୋଷାକ ରେ ସଂକ୍ଷସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।