ଆକ୍ରମଣ ପରେ ହତ୍ୟା ଉଦ୍ୟମ: ଏସପିଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର
ପାଣିକୋଇଲି : ଲୁହାରଡରେ ଆକ୍ରମଣ କରାଯାଇ ହତ୍ୟା ପାଇଁ ଷଡଯନ୍ତ୍ର ରଚିବାମାମଲାରେ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପିଡିତ ପରିବାର । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତାହାରପୁର ଗ୍ରାମର ମୁକୁନ୍ଦ ମଲିକଙ୍କୁ ସାମାନ୍ୟ ବଚସାରୁ ଗତ ୧୨ ତାରିଖରେ ଚାନ୍ଦମା ଅଞ୍ଚଳରେ ଦନେଇ ବାରିକ ଓ ଅନ୍ୟ ୫ ଜଣ ମିିଶି ମିଳିତ ଆକ୍ରମଣ କରି ଲୁହା ରଡରେ ବାଡେଇ ଗୋଡ ଭାଙ୍ଗିଦେଇଥିଲେ । ମୁକୁନ୍ଦ ମଳିକ କୋରେଇ ଡାକ୍ତରଖାନାରେ ଚିକିସôିତ ହୋଇ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ୧୩୭/୨୫ ରୁଜ୍ଜୁ କରାଯାଇଥିଲା । ଅପରପକ୍ଷେରୁ ମଧ୍ୟ ପାଲଟା ଅଭିଯୋଗ କରି ମୁକୁନ୍ଦ ମଳିକଙ୍କ ପୁତୁରାର ମୋବାଇଲ ଛଡାଇନେଇ ଜୀବନରୁ ମାରଦେବାକୁ ଷଡଯନ୍ତ୍ର ରଚିବା ସର୍ମ୍ପକରେ ଯାଜପୁର ଏସପିଙ୍କୁ ହସ୍ତକ୍ଷେପ ଲୋଡିଥିଲେ । ଅଭିଯୋଗ ଆଧାରରେ ଯାଜପୁର, ଏସପି ଶିତକଣ୍ଠ କାନୁନଗୋ ଘଟଣାକୁ ଅନୁଧ୍ୟାନ କରି ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପହିଛି । ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।