ଶିବମୁନିଙ୍କ ଜୟନ୍ତୀ ପାଳିତ

ାା ପ୍ରଭାନୁ୍ୟଜ୍ାା ବେତନଟୀ:  ବେତନଟୀ ଆଞ୍ଚଳିକ ମୁନିସମାଜ ତରଫରୁ ଆଜି ସ୍ଥାନୀୟ ପଣ୍ଡୁଗଡିଆ ଶିବମୁନି ଯୋଗାଶ୍ରମରେ ମୁନିସମାଜ ସଂସ୍ଥାପକ ଆଦି ମୁନୀଶ୍ୱର ଯୋଗେଶ୍ୱର ଶ୍ରୀ ଶିବମୁନିଙ୍କ ୧୪୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବୟୋଜ୍ୟେଷ୍ଠ ଜ୍ଞାନଦୀପ ପତ୍ରିକାର ସହସଂପାଦକ ଯୋଗୀ ଭାଗବତ ମୁନି ସତ୍ୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ବରିଷ୍ଠ ଯୋଗୀ କ୍ଷେତ୍ରମୋହନ ମୁନି । ମୁଖ୍ୟଅତିଥିଭାବେ ଯୋଗଦାନ କରି ଯୋଗୀ ଭାଗବତ ମୁନି ଶିବମୁନିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିି ଶିବମୁନିଙ୍କ ସିଦ୍ଧାନ୍ତ ଓ ଜୀବନୀ ପ୍ରତିପାଦନ କରିଥିଲେ । ମୁଖ୍ୟବକ୍ତାଭାବେ ବରିଷ୍ଠ ଯୋଗୀ ସୁଲେଖକ ବାଗ୍ମୀ ଯୋଗୀ ହରେକୃଷ୍ଣ ମୁନି ଯୋଗଦାନ କରି ଶିବମୁନିଙ୍କ ଜନ୍ମସ୍ଥାନ ଗୋରଖପୁର ସଂପର୍କରେ କହିଥିଲେ । ସମ୍ମାନିତ ବକ୍ତାରୂପେ ଯୋଗଶିକ୍ଷିକା ଶାନ୍ତିଲତା ବେହେରା ଯୋଗଦାନ କରି ଶିବମୁନିଙ୍କ ଯୋଗ ସାରା ପୃଥିବୀରେ ଶ୍ରେଷ୍ଠ ଓ ଏହାଦ୍ୱାରା ଲକ୍ଷ ଲକ୍ଷ ଜନସାଧାରଣ ଉପକୃତ ହୋଇପାରୁଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିବି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ମୁନିମତୀ ଅଳକାମଞ୍ଜରୀ ଭୂୟାଁ, ଯୋଗୀ ତପନ ମୁନି, ଜିଲ୍ଲା ମୁନିସମାଜର ସଂପାଦକ ଯୋଗୀ ଅନନ୍ତ ମୁନି, ଯୋଗୀ ସତୀଶ ଚନ୍ଦ୍ର ମୁନି, ଯୋଗୀ ନିବାରଣ ଦଳେଇ ପ୍ରମୁଖ ଯୋଗଦେଇ ଶିବମୁନିଙ୍କ ସମ୍ପର୍କରେ କହିଥିଲେ । ଯୋଗୀ ଅଜିତ ମୁନି ପ୍ରାରମ୍ଭିକ ଜୟନ୍ତୀ ସଂଗୀତ ଗାନ କରିଥିବାବେଳେ ଜ୍ଞାନଦୀପ ସଂପାଦକ ଯୋଗୀ ସଞ୍ଜୟ ମୁନି ମଞ୍ଚ ପରିଚାଳନା ଓ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ଆଞ୍ଚଳିକ ମୁନିସମାଜର ସଦସ୍ୟ ମୁନି ଅନନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମ ତରଫରୁ ରତିକାନ୍ତ ମୁନି, ଯୋଗୀ ସୃଷ୍ଟିଧର ମୁନି, ଯୋଗୀ ତ୍ରିଲୋଚନ ମୁନି, କୃତ୍ତିବାସ ମୁନି, ମୁନିମତୀ ଗୀତାଞ୍ଜଳି, ମୁନିମତୀ ବିଜୁଳି, ମୁନିମତୀ ଲୋପାମୁଦ୍ରା, ସରୋଜ, ପିଣ୍ଟୁ, ଚିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ ।