"ଉଦ୍ୟମୀ ନାରୀ' ଅନୁଷ୍ଠିତ

 ଭୁବନେଶ୍ୱର : ଷ୍ଟାର୍ଟ ଅପ୍ ଓଡ଼ିଶା ଏମ୍ଏସ୍ଏମ୍୍ଇ ବିଭାଗ ପକ୍ଷରୁ ସ୍ଥାନୀୟ ଓ-ହବ୍ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ "ଉଦ୍ୟମୀ ନାରୀ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଚେୟାର ପ୍ରଫେସର ଡକ୍ଟର ସୁଚେତା ପ୍ରିୟବଦିନୀ, ସମ୍ମାନନୀୟ ଅତିଥି ଭାବେ ପିଙ୍କି ପ୍ରଧାନ ଓ ମାଷ୍ଟର ସେଫ୍ସିଜନ୍ ୬ ଫାଇନାଲିଷ୍ଟ ସ୍ମୃତିଶ୍ରୀ ସିଂ ଯୋଗ ଦେଇ ନାରୀଶକ୍ତିର ଜୟଯାତ୍ରା ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।  କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନେକ ସଫଳ ମହିଳା ଉଦ୍ୟୋଗୀ ଏବଂ ଆକାଂକ୍ଷୀ ଉଦ୍ୟୋଗୀମାନେ ଷ୍ଟାର୍ଟ ଅପ୍ ଓଡ଼ିଶା ପ୍ରତି ଏପରି ଏକ ପ୍ରଭାବଶାଳୀ ଅଧିବେଶନ ଆୟୋଜନ କରିବା ପାଇଁ ସେମାନଙ୍କର ଖୁସି ଏବଂ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ଏମଏସଏମଇ ବିଭାଗର ଯୁଗ୍ମ ସଚିବ ଏବଂ ଷ୍ଟାର୍ଟ ଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲଜିତ ଦାସ କହିଛନ୍ତି, "ମହିଳା ଉଦ୍ୟୋଗୀମାନେ ନବସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିର ପ୍ରେରଣାଦାୟକ ଶକ୍ତି । ଉଦ୍ୟମୀ ନାରୀ ହେଉଛି ସେମାନଙ୍କର ଶକ୍ତି, ସୃଜନଶୀଳତା ଏବଂ ସ୍ଥିରତାର ଏକ ଉସôବ, ଯାହା ସେମାନଙ୍କୁ ସେମାନଙ୍କ ଉଦ୍ୟମକୁ ବୃଦ୍ଧି କରିବା ପାଇଁ ସଠିକ ସୁଯୋଗ, ପରାମର୍ଶ ଏବଂ ବଜାର ପ୍ରବେଶ ପ୍ରଦାନ କରେ । ଷ୍ଟାର୍ଟ ଅପ୍ ଓଡ଼ିଶା ଏକ ପ୍ରଭାବଶାଳୀ ଇକୋ ସିଷ୍ଟମକୁ ପ୍ରୋସôାହିତ କରିବା ପାଇଁ ପ୍ରତିବଦ୍ଧ ଯେଉଁଠାରେ ମହିଳାମାନଙ୍କ ନେତୃତ୍ୱରେ ଷ୍ଟାର୍ଟ ଅପ୍ଗୁଡ଼ିକ ଉନ୍ନତି କରିବେ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥପ୍ରଦର୍ଶକ ହେବେ ।'