ପୋଷଣ ଅଭିଯାନକୁ ପୂରିଲା ୭ ବର୍ଷ
ନୂଆଦିଲ୍ଲୀ : କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ । ଆଜି ଏହି ଅଭିଯାନକୁ ୭ ବର୍ଷ ପୂରିଛି । ଏହି ସମୟ ଭିତରେ ନିରନ୍ତର ପ୍ରୟାସ ଓ ସରକାରୀ ପ୍ରୋସôାହନରେ ଆଜି ଗାଁରୁ ସହର ସବୁ କ୍ଷେତ୍ରରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରି ଏକ ସୁସ୍ଥ ଭାରତ ଗଠନରେ ସହାୟକ ହେଉଛି ଏହି ଅଭିଯାନ । ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଆରମ୍ଭ ହୋଇଥିବା ଏହି ପୋଷଣ ଅଭିଯାନ ଆଜି ଦେଶର ପ୍ରତି କୋଣରେ ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସହାୟକ ହୋଇଛି । କମ୍ ଓଜନର ଶିଶୁ ଜନ୍ମ, ପୁଷ୍ଟି ଅଭାବ, ରକ୍ତହୀନତା ଏବଂ ବୟସ ଅନୁସାରେ ଶିଶୁଶଙ୍କ ଓଜନ ହ୍ରାସ ଆଦି ସମସ୍ୟାକୁ ଏହି ଅଭିଯାନ ମାତ୍ ଦେବାରେ ସକ୍ଷମ ହୋଇଛି । ଏହି ଅଭିଯାନର ମୁଖ୍ୟ ଉଦେ୍ଦଶ୍ୟଗୁଡ଼ିକ ହେଉଛି ଶୂନରୁ ୬ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଓଜନ ହ୍ରାସ ରୋକିବା । ଦ୍ୱିତୀୟରେ ୬ରୁ ୫୯ ମାସର ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ହାରକୁ କମାଇବା । ୧୫-୪୯ ବର୍ଷ ବୟସ ବର୍ଗର ମହିଳା ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ କରିବା ପ୍ରଭୃତି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ସମୟଭିତ୍ତିରେ ହାସଲ କରିବା ଲାଗି ଅଭିଯାନରେ ୪ଟି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଥମରେ ଗୁଣାତ୍ମକ ସେବା ମାଧ୍ୟମରେ ସମସ୍ୟାକୁ ବୁଝିବା ଏବଂ ପ୍ରତିକାର କରିବା ।