ଉପନଗରପାଳଙ୍କ ବିୟୋଗରେ ଶୋକ
ଆନନ୍ଦପୁର: ପୌରପରିଷଦ ଉପନଗରପାଳଙ୍କ ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଛି । ଏହି କ୍ରମରେ ଅଧ୍ୟକ୍ଷା ରାଜନୀରାଣୀ ଖଟୁଆଙ୍କ ପୌରହିତରେ ପୌରପରିଷଦ ସଭାଗୃହରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଏବଂ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ, ବିଧାୟକ ପ୍ରତିନିଧି ରାକେଶ ରାମ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦଳେଇଙ୍କ ସ୍ମୃତି ଚାରଣ କରି ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । କାର୍ଯ୍ୟକ୍ରମରେ କାଉନସିଲର କୃଷ୍ଣ ରଣା, ପଦ୍ମାବତୀ ସେଠୀ, ଲକ୍ଷ୍ମୀଧର ଦେହୁରୀ, ରଶ୍ମିତା ବାରୀ, ଜୟନ୍ତୀ ବେହେରା, ମଣୀଲତା ରାମ, ସୁରେନ୍ଦ୍ର ଦାସ, ସନତ କର, ସୁଜିତ ସାହୁ, ନିବେଦିତା ବେହେରା, ସୁପ୍ରିୟା ମିଶ୍ର, ସମ୍ବିତ ଦାସ, ଜୋଛନାରାଣୀ ଖୁଣ୍ଟିଆ, ଉର୍ବଶୀ ସାହୁ, ଲୀନାରାଣୀ ସାହୁ, କନିଷ୍ଠ ଯନ୍ତ୍ରୀ ଇଂ ଚିତ୍ତରଞ୍ଜନ ସେଠୀ, ସୁରେନ୍ଦ୍ର ମିଶ୍ର, ସିଇଓ ରାଜଶ୍ରୀ ମିଶ୍ର ଉପସ୍ଥିତ ଥିଲେ ।