ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ

ଯାଜପୁର :ପବିତ୍ର କାର୍ତିକ ପୂଣ୍ଣିମା ଉପଲକ୍ଷେ ବିଭିନ୍ନ ଅଞ୍ଚଳରେ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଯାଇଛି । ବିଞ୍ଝାରପୁର ଠାରେ ଅଖିଳଚକ୍ର ପକ୍ଷରୁ ବୋଇତ ବନ୍ଦାଣ ଉସôବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସକାଳେ କୁଶଭଦ୍ରା ନଦୀରେ ଅଖିଳଚକ୍ରର ସଦସ୍ୟ କର୍ମକର୍ତା ଓ ବହୁ ଭକ୍ତ ମାନଙ୍କ ଗହଣରେ ବୋଇତ ଭଷାଣ ହୋଇଥିଲା । ମନ୍ଦିରର ପୂଜକ ପୂଜାପାଠ ସହ ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ମନ୍ଦିର ପରିସରରେ ଏସମ୍ପର୍କରେ ଏକ ଆଲୋଚନା ଚକ୍ର ବରିଷ୍ଠ ସଂଗଠକ ଗୈ÷ାରାଙ୍ଗ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାତା ସମ୍ପାଦକ ହରେକୃଷ୍ଣ ପଣ୍ଡା ଅତୀତର ସାଧବ ଓ ନୈ÷ା ବାଣିଜ୍ୟ ଓଡିଆ ଜାତିର ଅସ୍ମିତାର କଥା କହିଥିଲେ । ଅତିଥି ଭାବେ ବିଦୁ୍ୟତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପାର୍ଥ ସାରଥୀ ଦାସ ଯୋଗ ଦେଇ ବୋଇତ ପୂଜା କରିବା ସହ ଅଖିଳଚକ୍ର ଅନୁଷ୍ଠାନ ଅତୀର ହଜିଲା ଗୈ÷ାରବକୁ ଉଜ୍ଜିବୀତ କରି ରଖିଥିବାରୁ ସେ ପ୍ରଶଂସା କରିଥିଲେ । ସଂଗଠନ ପକ୍ଷରୁ ପୀତାମ୍ବର ସ୍ୱାଇଁ, କବି ଜୀତେନ୍ଦ୍ର କୁମାର ବେହେରା, ଶିକ୍ଷାବିତ ଅକ୍ଷୟ କୁମାର ଦାସ, ବିଶ୍ୱନାଥ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଜେନା ସଂଗୀତା ପ୍ରିୟଦର୍ଶନୀ, ବିଦ୍ୟାସାଗର ବେହେରା, ପ୍ରଧାନ ଶିକ୍ଷକ ରମେଶ ନାଥ,ଆରାଧନା ଜେନା ଓ ଯୋଗ ଦେଇ ଉକôଳର ନୈ÷ାବାନିଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଉସôବର ଆୟୋଜନରେ ରବୀନ୍ଦ୍ର କୁମାର ପରିଡା, ଜୀତେନ୍ଦ୍ର ପ୍ରଧାନ, ଶ୍ରୀକାନ୍ତ ପଣ୍ଡା ଏବଂ ବରୁଣେଶ୍ୱର କଲେଜର ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।
ବ୍ୟାସନଗର: ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ଠାରେ ବୋଇତ ବନ୍ଦାଣ ସମିତି ବ୍ୟାସନଗର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ରାଘୂଜୀ ଗୋସେଇ ପାଖରେ ପୂଜାର୍ଚ୍ଚନା ପରେ ଜଗନାଥଙ୍କୁ ଦର୍ଶନ କରି ବୋଇତ ବନ୍ଦାଣ ହୋଇଥିଲା । ବୋଇତ ବନ୍ଦାଣ ସମିତିର ସଭାପତି ନିତ୍ୟାନନ୍ଦ ମହାଳିକ ନେତୃତ୍ୱରେ ସବିତା ଖୁଣ୍ଟିଆ, ବିନୋଦ ଶର୍ମା, ଅରୁଣ କୁମାର ଦାସ, ସରୋଜ ଦେ, ଜ୍ଞାନରଞ୍ଜନ ରାଉତ, ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ, ଜିତେନ୍ଦ୍ର ରାଉତ, ଟୁଲଟୁଲ ଜେନା, ବିଜେପି ନେତା ମଇରୁଦ୍ଦିନ ଆଁନସରି, ଜନସାଂଖ୍ୟ ସମାଧାନ ଫାଉଣ୍ଡେସନ କୋରେଇ ସଭାପତି ରମେଶ କାଣ୍ଡି, ସର୍ମିଲା ଦେ, ବଜରଙ୍ଗ ନେତା ପ୍ରତାପ ନାୟକ, ସୁରେନ୍ଦ୍ର ସାହୁ, ଅସିତ୍ ଦାସ, ଅକ୍ଷୟ ପଣ୍ଡା,ଅଶୋକ ସାହୁ, ରଶ୍ମିରଂଜନ ବିଶାଳ ବିଜୟ କୁମାର ସାହୁ, ସରିତା ଗୁପ୍ତା, ମିଲୀ ମହାଳିକ, ବରିଷ୍ଟ ନେତା, ରବୀନ୍ଦ୍ର ସାମଲ, କରୁଣାକର ସାହୁ, ଜାନକୀ ମଲ୍ଲିକ, କାଦମ୍ବିନୀ ଜେନା, ଅରୁଣ ପ୍ରଧାନ, ବନଶ୍ରୀ କମିଲା, ଅଞ୍ଜନା ରାଉତ, ସୋନି ଦେ, ଶ୍ୟାମ ମହାରଣା, ମମତା ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲଥିଲେ । 
ଧର୍ମଶାଳା: ଧର୍ମଶାଳା ଅଂଚଳରେ ଡଙ୍ଗା ଭଷାଣୀ ଉତ୍ସବ ସବୁଠି ଦେଖିବାକୁ ମିଳିଥିଲା । ବ୍ଲକ ଅରଙ୍ଗାବାଦ ଠାରେ ବୋଇତ ବନ୍ଦାଣ ଉତ୍ସବପାଳିତ ହୋଇଥିଲା ଅରଙ୍ଗାବାଦସ୍ଥିତ ଶ୍ୟାମସୁନ୍ଦରଜୀଉଙ୍କ ପୁଷ୍କରିଣୀରେ ବୋଇତ ବନ୍ଦାଣ ଉତ୍ସବ ସହିତ ସାଂସ୍କୃତିକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ସମାଜ ଡିଜିଟାଲ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଓ ସିନେ ତାରକା ସୁଶ୍ରୀ ସୁପ୍ରିୟା ନାୟକ ଯୋଗଦେଇ ଶ୍ୟାମସୁନ୍ଦରଜୀଉଙ୍କ ପବିତ୍ର ପୁଷ୍କରିଣୀରେ ବୋଇତ ବନ୍ଦାଣ କରି ଡଙ୍ଗା ଭାସାଇବା ସହ ଆୟୋଜିତ ସାଂସ୍କୃତିକ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଅସ୍ମିତା ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପର ଧର୍ମଶାଳା ବ୍ଲକ ରମ୍ପେଇ ଠାରେ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ସ୍ୱପ୍ନେଶ୍ୱର ପୀଠ ସ୍ଥିତ ପୋଖରୀରେ ଅଷ୍ଟମ ବାର୍ଷିକ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇଥିଲେ । 
ଦଶରଥପୁର: ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାହାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସିଦେ୍ଧଶ୍ୱର ଘାଟ, ହୀରାପୁର, କଟିକଟା, ଓଡ଼େଇ ନୂଆଗାଁ, ଚାନ୍ଦକୁଢ଼ା, ଜୟନ୍ତରା, ପଲ୍ଲାସାହି, ଅର୍ଦ୍ଧଳୁଆ, କଁୟାଗୋଲା ପ୍ରଭୁତି ଘାଟରେ ରାତି ୩ଟାରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ବୈତରଣୀ ନଦୀରେ ଉକôଳୀୟ ପୂର୍ବ ପରମ୍ପରାର ସୃତିକୁ ମନେପକାଇବା ସହ ନଦୀରେ ଡ଼ଙ୍ଗା ଭଷାଇଥିଲେ । ଏହି ଅବସରରେ ଚାନ୍ଦକୁଢ଼ା ଘାଟ ଠାରେ ସ୍ମରଣୀୟ ଗୋପୀନାଥ ଜିୟୁ ବାଲି ଯାତ୍ରା ସଂସ୍କୃତି ପରିଷଦ ପକ୍ଷ ରୁ ୭ ଦିନ ବ୍ୟାପି ରାହାସ ଉତ୍ସବ ଓ ବାଲି ଯାତ୍ରା ଅନୁଷ୍ଠିତ ହେଉଛି । ସେହିପରି ମିଶ୍ରପୁର ନୂଆଗାଁ ଘାଟ ଠାରେ ସଂସ୍କୃତିକ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିଥିବା ବେଳେ ବୋଉଳାଙ୍ଗ ପାଲା ମଣ୍ଡପ ଠାରେ ପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଉଛି ।
ଯାଜପୁର ଟାଉନ: ପବିତ୍ର ପୂର୍ଣ୍ଣତୋୟା ବୈତରଣୀର ଶାଖା ବୁଢ଼ାନଦୀ ଚମ୍ପାଘାଟ ଠାରେ ଜିଲ୍ଲାସ୍ତରୀୟ ବିରଜାକ୍ଷେତ୍ର ବୋଇତ ବନ୍ଦାଣ ଉତ୍ସବ ଆହ୍ୱାନ” ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ତପନମହରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ବିଧାୟିକା ସୁଜାତା ସାହୁ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅତିଥିରୂପେ ଯାଜପୁର ପୌରପରିଷଦର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଡଃ. ଦାମୋଦର ବେହେରା, ଅନନ୍ୟା ସାହିତ୍ୟ ସଂସଦର ସଭାପତି ଯୁବନେତା ସନ୍ତୋଷ ନନ୍ଦ, ସରପଞ୍ଚ ଦେବାଶିଷ ପଣ୍ଡା ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବ ଏକ ବିରାଟ ଉତ୍ସବରେ ପରିଣତ ହେବ ସେଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ବିଶ୍ୱଜିତ ସାହୁ ବିବରଣୀପାଠ ତଥା ଅତିଥିପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ସାଇ ଡ୍ୟାନ୍ସ ଗୃପ ଓ ବାସୁଦେବ କଳା ପରିଷଦ ଯାଜପୁର ପକ୍ଷରୁ ଭଜନ ସମାରୋହ ତଥା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ପକ୍ଷରୁ ଇଚ୍ଛାମୟୀ ଧଳ, ଅକ୍ଷୟ ଚରଣ ପୃଷ୍ଟି, ଉଷାରାଣୀ ସେନ, ଜଗନ୍ନାଥ ମିଶ୍ର, ପ୍ରଶାନ୍ତ ପତି, କୃଷ୍ଣଚନ୍ଦ୍ର ବେହେରା, ଚିନ୍ମୟ ବେହେରା, ଅଙ୍କିତ ସାହୁ, ରାଜପରମବୀର ଦାସ, ଅନୁସୟା ମହାପାତ୍ର, ରଶ୍ମିତା ପରିଡ଼ା, ରାଜନନ୍ଦିନ ଦାସ, ବନାନୀ ସାହୁ, ବନିତା ବାରିକ, ସ୍ମରଣିକା ବିଶ୍ୱାଳ, ଏନ୍ ପି୍ରୟଦର୍ଶନୀ ସାହୁ, ପିତାମ୍ବର ନାୟକ ପ୍ରମୁଖ ପରି·ଳନା କରିଥିଲା ବେଳେ ନଟବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।