ବିଜେପି ଆଉ କେତେ ବାଟ?

ଯାଜପୁର: ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଅନାସ୍ଥା ଆସିବା, ଅନାସ୍ଥା ଆଗତରେ ସାମିଲ ଥାଇ ଭୋଟିଂ ବେଳେ ଅନୁପସ୍ଥିତ ରହିଥିବା ୩ ବିଜେଡି ପାରିଷଦ କଡ ଲେଉଟେଇବେ କି ବୋଲି ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଅନାସ୍ଥା ଆଗତ କରିବା ଏବଂ ଦସ୍ତଖତ ଯାଞ୍ଚ ବେଳେ ଉପସ୍ଥିତ ରହିବା ପରେ ୩ ବିଜେଡି ପାରିଷଦଙ୍କୁ ନେଇ ବ୍ୟାସନଗର ପୌରାଞ୍ଚଳରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଚଳିତମାସ ଦ୍ୱିତୀୟ ସପ୍ତାହରେ ପୌରାଞ୍ଚାର ସାହୁ, ସରୋଜୀନୀ ସେଠୀ ଏବଂ କଂଗ୍ରେସର ଭରତ ଓଝା ଉପସ୍ଥିତ ରହିବା । ଉପସ୍ଥିତିକୁ ନେଇ ସୂର୍ଯ୍ୟପ୍ରଭାରେ ଚଳିତମାସ ୧୩ ତାରିଖରେ ‘ଆୟୁଷ୍ମାନ ମଞ୍ଚ ବଢାଇଲା ଚର୍ଚ୍ଚା’ କଡ଼ ଲେଉଟେଇବେ କି ପାରିଷଦ? ଶୀର୍ଷକ ଖବର ଉପସ୍ଥାପନ ବେଳେ ପାରିଷଦ ନିଜର ସଫେଇ ରଖିଥିଲେ । ଏକ ପ୍ରକାର ଭବିଷ୍ୟତ ଉପରେ ଛାଡ଼ି ଦେଇଥିବା ଉପରୋକ୍ତ ପାରିଷଦ ବିଜେପିରେ ଯୋଗ ଦେବେ ବୋଲି କିନ୍ତୁ ଚର୍ଚ୍ଚା ଲାଗିରହିଥିବା ବେଳେ ଦୁଇଦିନ ତଳେ ସଂସ୍କୃତି ଭବନରେ ‘ଏକ ଦେଶ ଏକ ନିର୍ବାଚନ’ ଆଲୋଚନା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନଙ୍କୁ ବିଜେଡିର ଦୁଇଜଣ ପାରିଷଦ ଏବଂ ଜଣେ ପାରିଷଦଙ୍କ ପ୍ରତିନିଧି ପୁଷ୍ପଗୁଚ୍ଛ ଦେବା ଘଟଣା ସେହି ସମାନ ଚର୍ଚ୍ଚାକୁ ଦୋହରାଇଛି । ବିଜେଡି ପାରିଷଦ ଅଶୋକ ରାଉତ, ମଣିନ୍ଦ୍ର ସାହୁ ଏବଂ ପାରିଷଦ ସରୋଜୀନୀ ସେଠୀଙ୍କ ପୁଅ ମନ୍ତ୍ରୀ ଏବଂ ସଭାନେତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯଦିଓ ପାରିଷଦ କି ପ୍ରତିନିଧି ଭାଇରାଲ ଫଟୋକୁ ନେଇ କୌଣସି କମେଣ୍ଟ ରଖିନାହାନ୍ତି, କିନ୍ତୁ ରାଜନୈତିକ ମହଲରେ ଗୋଟିଏ ଚର୍ଚ୍ଚା ହେଉଛି ବିଜେପି ଆଉ କେବେ ବାଟ? ବିଗତ ଦିନର ପୈାର ଖେଳ ଏବଂ ସରକାରୀ ହେଲେ ବି ବିଜେପି ନେତାଙ୍କ ଗହଣର ଫଟୋ ଏହାହିଁ ଦର୍ଶାଉଛି । ଅନାସ୍ଥାରେ ସଙ୍ଗୀତାଙ୍କ ସାଥ୍ ଦେବା ପରେ ବିଜେଡ଼ି ପାରିଷଦଙ୍କ ଭବିଷ୍ୟତ ରାଜନୀତିରେ କିଛି ଓଲଟପାଲଟ ହେବ ଏକଥା ଜଣାପଡିଯାଉଥିଲା । କିନ୍ତୁ ଏଯାବତ କିଛି ଓଲଟ ପାଲଟ ହୋଇ ନଥିଲେ ହେଁ ବିଜେଡି କ୍ୟାମ୍ପରୁ ଅଶୋକ, ମଣିନ୍ଦ୍ର, ସରୋଜୀନୀ ଏକ ପ୍ରକାର ଦୂରେଇ ରହିଥିବାରୁ ସମ୍ଭବତ ଖୁବଶିଘ୍ର ପଦ୍ମଧରି ପାରନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ଉପରୋକ୍ତ ପାରିଷଦ ବିଜେପି ନେତା, ପଦଧାରୀଙ୍କ ନିକଟତର ହେଉଥିଲେ ହେଁ ବିଜେଡି ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନି । ବିଜେଡ଼ି ଏହାକୁ ହଜମ କରିଚାଲିବା ପଛରେ କାରଣ କ’ଣ ରହିଛି ତାହାତ ସମୟ କହିବ, ହେଲେ ସଦ୍ୟ ନଗର ସଭାପତି ହୋଇଥିବା ଅମୂଲ୍ୟ ନାୟକ କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା କେବଳ ଦେଖିବାର ଅଛି ।