ଗୃହବନ୍ଦୀ ମାନସିକ ରୋଗୀ ଭଉଣୀ-ଭାଇ ଉଦ୍ଧାର
ଯାଜପୁର : ମାନସିକ ଅନଗ୍ରସର କାରଣରୁ ଗୃହବନ୍ଦି ହୋଇଥିବା ଭାଇ-ଭଉଣୀଙ୍କୁ ଆଜି ସାଂସଦ, ଜିଲାପାଳ ଏବଂ ଏସପିଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇ ଚିକିସôା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଛି । ଖବର ମତେ ଯାଜପୁର ବ୍ଲକ୍ ଚଇନିପୁର ପଞ୍ଚାୟତ, କମାଗଡ (ଚୋବା ସାହି)ର ମକର ଜେନାଙ୍କ ପୁଅ ଆଶିଷ (୩୮) ଏବଂ ଝିଅ ମିତା (୪୨) ମାନସିକ ଅନଗ୍ରସର କାରଣରୁ ସେମାନଙ୍କ ହାତଗୋଡ଼ ବାନ୍ଧି ଗୃହବନ୍ଦି କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ସୂତ୍ରରୁ ଖବର ପାଇ ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଏସପି ୟଶପ୍ରତାପ ଶ୍ରୀମାଲ ଗ୍ରାମରେ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଆଶୁ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସେମାନଙ୍କର ମାନସିକ ସ୍ଥିତିରେ ସୁଧାର ଆସିବା ପରେ ମିତାଙ୍କୁ ସୁକିନ୍ଦାସ୍ଥିତ ମାନସିକ ଅନଗ୍ରସର କେନ୍ଦ୍ର ଏବଂ ଆଶିଷଙ୍କୁ ଭଦ୍ରକ ସ୍ଥିତ ଶ୍ରଦ୍ଧାଳୟ କେନ୍ଦ୍ର ଠାରେ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଆଧାର କାର୍ଡ କରିବା ସହିତ ଭତା, ଆବାସ ଗୃହ ଇତ୍ୟାଦି ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ଜିଲାପାଳ ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ସମୟରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ସାଂସଦଙ୍କ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ ଆଇଆଇସି ଶରତ ଚନ୍ଦ୍ର ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମେଡିକାଲ ଟିମ ଉପସ୍ଥିତ ଥିଲେ ।