ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍ 

 କୁଆଖିଆ: ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ନରସିଂହପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର କେନ୍ଦ୍ରୀୟ ଟିମ୍ ବୁଲି ଦେଖିଛନ୍ତିି । କେନ୍ଦ୍ର ସରକାରଙ୍କ ପ୍ରଦତ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ଗୁଡିକ ତୃଣମୂଳସ୍ତରରେ କିପରି କାର୍ଯ୍ୟ କରୁଛି ସେ ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ରୀୟ ଗୁଣବତା ଟିମ୍ ଡାକ୍ତର ପ୍ରିତି ମଦନ ଓ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପହଞ୍ଚô ଆରୋଗ୍ୟ ମନ୍ଦିରର ସମସ୍ତ ନଥିପତ୍ର ଯାଞ୍ଚ କରିବା ସହିତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ କରିଥିଲେ । ଆରୋଗ୍ୟ ମନ୍ଦିର ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦୂର ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଟିମ୍ରେ ଗୁଣବତା ପ୍ରବନ୍ଧକ ଲୋପାମୁଦ୍ରା ଦାଶ ମହାପାତ୍ର, ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ.ରଶ୍ମିରଞ୍ଜନ ମହାପାତ୍ର, ଡାକ୍ତର ବସନ୍ତ କୁମାର ପଣ୍ଡା, ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ହିମାଂଶୁ କୁମାର, ଡ. ଦେବସ୍ମିତା ରାଉତରାୟ, ପିଏଚ୍ଇଓ ସରୋଜିନୀ ମହାନ୍ତି, ସିଏଚ୍ଓ ନିରୁପମା ବେହେରା, ଏଏନ୍ଏସ୍ ପ୍ରମିଳା କର, ସ୍ୱାସ୍ଥ୍ୟକର୍ମୀ ପବିତ୍ର ମୋହନ ପୃଷ୍ଟି, ବିପିଏମ୍ ଜ୍ୟୋସ୍ନାମ୍ବରୀ ସାହୁ, ବିଏମ୍ ମଧୁସୂଦନ ଦାଶ, ବିଡିଏମ୍ ଯାଜ୍ଞସେନୀ ମୁଦୁଲି ପ୍ରମୁଖ ସାମିଲଥିଲେ ।