ବ୍ରାଉନ ସୁଗାର-ଗଞ୍ଜେଇ ଜବତ; ୨ ଅଟକ

 ପାଣିକୋଇଲି  :ସୋମବାର ଏଠାକା ପୁଲିସ ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି  ପଚରା ଉଚରା କରୁଛି ।  ପୁଲିସ ପୁରୁଣା ଟୋଲ ଗେଟ ନିକଟରେ ଏକ ପାନ ଦୋକାନ ଓ ଅଟା ମିଲ ପାଖରୁ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅଟକ ଦୁଇ ଜଣ ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ରୁଟି ବେପାରି ଶିବ ସାହୁ ଓ ଗୋଲେଇପୁର ପଂଚାୟତ ଅନ୍ତର୍ଗତ ଖାନ୍ଦରାପୁର  ଗ୍ରାମର ପାନ ଦେକାନୀ ରାଜୀବ ଦଳାଇ ବୋଲି ସୂଚନା ମିଳିଛି । ତଦନ୍ତରେ ବାଧା ନେଇ ପୁଲିସ ସମସ୍ତ ସୂଚନା ଦେଇନି ।