ଉମରା ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧନା
ନବରଙ୍ଗପୁର/ ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରୁ ଉମରା ତୀର୍ଥଯାତ୍ରା ନିମନ୍ତେ ଗସ୍ତ କରୁଥିବା ତୀର୍ଥଯାତ୍ରୀଙ୍କୁ ଚନ୍ଦାହାଣ୍ଡି ଏବଂ ମୋହରା ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ମୋହରା ଗ୍ରାମର ବରିଷ୍ଠ ବ୍ୟବସାୟୀ ମହମ୍ମଦ ଯୁନୁସ ଏବଂ ତାଙ୍କ ଧର୍ମପନôୀ ଅଜିମା ବାନୋ ଉମରା ତୀର୍ଥ ନିମନ୍ତେ ମକ୍କା ଏବଂ ମଦିନା ଯାତ୍ରା କରୁଛନ୍ତି । ଆଜି ଏହି ଅବସରରେ ଚନ୍ଦାହାଣ୍ଡି ଏବଂ ମୋହରା ଠାରେ ବନ୍ଧୁ ବାନ୍ଧବଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଅୟୋଯନ କରାଯାଇଥିଲା । ଏହି ଅବସରରେ ଉମରା ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଗମ ହେଉ ବୋଲି ଉପସ୍ଥିତ ସମସ୍ତ ମୁସଲମାନ ଭାଇମାନେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏମାନେ ୧୫ ଦିନ ମଦିନା ଏବଂ ମକ୍କା ଠାରେ ରହିବେ ବୋଲି ଜଣାପଡିଛି ।