ପୁସ୍ତକମେଳାକୁ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ : ଜିଲ୍ଲାପାଳ
ଜଗତସିଂହପୁର: ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୬ ତମ ଜଗତସିଂହପୁର ପୁସ୍ତକମେଳା-୨୦୨୫ ପାଳନ ନିମନ୍ତେ ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ. ସୋନାଲ ଆଗାମୀ ପୁସ୍ତକମେଳାକୁ ଆକର୍ଷଣୀୟ କରିବାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଦୃଢ ପ୍ରତିଶ୍ରୁତି ଦେବା ସହିତ ପୁସ୍ତକମେଳାର ସଫଳତା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।ପରିଷଦର ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପରିଷଦର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ପୂର୍ବ ବର୍ଷ ପୁସ୍ତକ ମେଳାର ଆୟବ୍ୟୟ ବିବରଣୀ ପାଠ କରିବା ସହ ଆଗାମୀ ୨୬ ତମ ପୁସ୍ତକମେଳା ର ସମ୍ଭାବ୍ୟ ଖର୍ଚ୍ଚ ଓ ଆୟ ଅଟକଳ ଉପସ୍ଥାପନା କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ,ପୌର ନିର୍ବାହୀ ଅଧିକାରୀ ସୀମା ଜେନା,ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ,ଯୁଗ୍ମ ସମ୍ପାଦକ ନରେଶ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ପୁସ୍ତକମେଳାକୁ କିପରି ସରସ ସୁନ୍ଦର ହୋଇପାରିବ ସୁଚିନ୍ତିତ ମତାମତ ଦେଇଥିଲେ ।୨୬ ତମ ପୁସ୍ତକ ମେଳାକୁ ସରସ ସୁନ୍ଦର କରିବା ପାଇଁ ପରିଷଦର ଅଧ୍ୟକ୍ଷ ଓ ସଭ୍ୟ ମାନେ ନୂତନ ପ୍ରସ୍ତାବ ମାନ ରଖିଥିଲେ ।ଆପଣଙ୍କ ଲେଖକଙ୍କୁ ଭେଟନ୍ତୁ,ବ୍ୟଙ୍ଗ ସମ୍ମିଳନୀ,ଷ୍ଟଡି ଜୋନ୍ କରାଯିବା ପାଇଁ ସ୍ଥିର କରାଯାଇଥିଲା ।ଏହା ସହିତ ସ୍ୱତନ୍ତ୍ର ଭାବରେ ଗୋଟିଏ ଦିନ ପାଇଁ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ୨ଟି ପର୍ଯ୍ୟାୟରେ ମିଡିଆ କନକ୍ଲେଭ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।ଏହି ମିଡିଆ କନକ୍ଲେଭରେ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ବରିଷ୍ଠ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଥିଲା ।ଏହା ସହିତ ୨୬ତମ ପୁସ୍ତକ ମେଳାର ସ୍ମରଣୀକା ପାଇଁ ଆଗାମୀ ଜାନୁଆରୀ ମାସ ୭ ତାରିଖ ମଧ୍ୟରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।ପରିଷଦର ଯୁଗ୍ମ ସଂପାଦକ ସୁଧୀର କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପାଧ୍ୟକ୍ଷ ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ନଟବର ବାରିକ,ଦେବୀ ପ୍ରସାଦ ଚୌଧୁରୀ,ହେମନ୍ତ ରଥ,ମହେନ୍ଦ୍ର ଆଚାର୍ଯ୍ୟ, ମଧୁସୂଦନ ସାହୁ,ବିବୁଧ କୁମାର ମହାନ୍ତି,ସୁଭାଷ ରାଉତ,ରଶ୍ମି ରଞ୍ଜନ ମିଶ୍ର, ରମାକାନ୍ତ ସାହୁ, ରଂଜିତ ମହାନ୍ତି, ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀ,ପ୍ରଦୀପ୍ତ କିଶୋର ଚୌଧୁରୀ, ସୁରେନ୍ଦ୍ରନାଥ ରାଉତ,ଅମ୍ବିକା ପ୍ରସନ୍ନ ମହାନ୍ତି, ଡ଼ ଜ୍ୟୋତିମୟୀ ମହାନ୍ତି, ଡାକ୍ତର କୈଳାସ ମଲ୍ଲିକ,ପ୍ରଭାତ ଦାଶ,ଅବନିକାନ୍ତ ମହାରଣା, ସତ୍ୟବ୍ରତ ବିଶ୍ୱାଳ,ମନୋଜ କୁମାର ଦାଶ, ଅତନୁ ସ୍ୱାଇଁ,ମାନସ କୁମାର ରଥ,ସୁଷମା ପ୍ରଧାନ, ଉକôଳ ରଂଜନ ମହାନ୍ତି, ଲାଲା ସଂଗ୍ରାମ କିଶୋର ରାୟ,ଲୋକନାଥ ଦାସ,ମାନସ ରଥ,ମାନସ କୁମାର କାନୁନଗୋ, ସରୋଜକାନ୍ତ ସାହୁ, ଅନୀଲ ସ୍ୱାଇଁ,ହରପ୍ରସନ୍ନା ରାଉତ, ନିକୁଞ୍ଜ କିଶୋର ବେହେରା,ଶ୍ରଦ୍ଧାମୟୀ ରାଉତ,ସୌଭାଗ୍ୟ ରଞ୍ଜନ ବିଶ୍ୱାଳ,ସରୋଜକାନ୍ତ ସାହୁ,ଅମିତା ଦାସ, ଅମରଜ୍ୟୋତି ସାହୁ,ମନୋଜ ମହାପାତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ, ଭଗବାନ ସ୍ୱାଇଁ, ତିଳୋତ୍ତମା ଦାଶ,ଆଲୋକ ଦାସ, ଆଶିଷ ମହାପାତ୍ର, ରଂଜିତ ଦାଶ,ଦେବଶ୍ରୀ ମହାନ୍ତି,ଗୟାଧର ମହାରଣା, ବିଶ୍ୱନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁସ୍ତକମେଳା କୁ ସରସ ସୁନ୍ଦର କରିବାକୁ ନିଜ ନିଜର ମତାମତ ଦେଇଥିଲେ ।