ଜିପିଏଲ୍‌ଏଫ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ

ନୀଳଗିରି : ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବାବେଳେ ଏନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି । ଏହି କ୍ରମରେ ଛେଳିଚାଷ ପାଇଁ ୨୦୨୩ ମସିହା ଜାନୁଆରୀ ୨ ତାରିଖରେ ବ୍ଲକର ଧୋବଶିଳା ପଞ୍ଚାୟତ ଜିପିଏଲ୍‌ଏଫ୍‌ର ସଭାପତି ପ୍ରଭାତୀ ସ୍ୱାଇଁ, ସମ୍ପାଦିକା ସୁମିତ୍ରା ସିଂ, ଏମବିକେ ରଶ୍ମିତା ସ ଏବଂ ତକ୍ରାଳୀନ ବିପିଏମ ତଥା ବର୍ତ୍ତମାନର ଓଏଲ୍‌ଏମ ଅଧିକାରୀ ଅର୍ଜୁନ ପାଲ ଫଲ୍ସ ବିଲ୍‌ କରି ୨ ଲକ୍ଷ ୫୦ ହଜାର ଟଙ୍କା ନିଜନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ପରେ ଏ ସମ୍ପର୍କରେ ବିଭିନ୍ନ ଏସଏସଜି ମହିଳାମାନେ ଏପରି ଭାବରେ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଜାଣି ଅଭିଯୋଗ କରି ଆସୁଥିଲେ ହେଁ ସମ୍ପୃକ୍ତ ଅଧିକାରୀ, ସଭାପତି, ସମ୍ପାଦକ ଏବଂ ଏମବିକେ ଫାଙ୍କି ଆସୁଥିଲେ । ଶେଷରେ ବାଲେଶ୍ୱର ସାଂସଦଙ୍କ ଠାରେ ଅଭିଯୋଗ ପରେ ଗତ ଏପ୍ରିଲ ୧୯ ତାରିଖରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ନିର୍ଦ୍ଦେଶରେ ଏବଂ ସାଂସଦଙ୍କ ଉପସ୍ଥିତିରେ ନୀଳଗିରି ବିଡ଼ିଓ ବିକ୍ରମ କିଶୋର ପରିଡା ଏବଂ ଅନ୍ୟ ଅଧିକାରୀ ଧୋବଶିଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଯାଞ୍ଚ କମିଟି ବସିଥିଲା । ଏଥିରେ ସମସ୍ତ ଜିପିଏଲ୍‌ଏଫ୍‌ ସଦସ୍ୟା ଉପସ୍ଥିତ, ସଭାପତି, ସମ୍ପାଦକ, ଏମବିକେ ଏବଂ ବିଭାଗୀୟ ଅଧିକାରୀ ଅର୍ଜୁନ ପାଲ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ୱୀକାର କରିଥିଲେ ଏବଂ ଲିଖିତ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ । ପରେ ବିଡ଼ିଓ ଏନେଇ ସମସ୍ତ ଅର୍ଥ ହଡପକାରୀ ବ୍ୟକ୍ତିଙ୍କୁ ଶୁଣାଣୀ ପାଇଁ ନୋଟିସ କରିଥିଲେ । ଏହି ଶୁଣାଣିରେ ସମସ୍ତ ଇସି ମେମ୍ବର, ୯ଜଣ ସିଆରପି, ୨ଜଣ ପ୍ରାଣୀମିତ୍ର, ୨ଜଣ କୃଷିମିତ୍ର ଏବଂ ଜିପିଏଲ୍‌ଏଫ୍‌ର ସଭାପତି, ସମ୍ପାଦକ, ଏମବିକେଙ୍କ ସହିତ ଅଧିକାରୀ ଅର୍ଜୁନ ପାଲ ଯୋଗଦେଇଥିଲେ । ଅର୍ଥ ହଡପ ନେଇ ସମସ୍ତ ପ୍ରମାଣ ମିଳିବା ପରେ ଗତ ମଇ ୩ ତାରିଖରେ ବିଡ଼ିଓ ଶ୍ରୀ ପରିଡା ନୀଳଗିରି ଥାନାରେ ଏତଲା ଦେଇଛନ୍ତି । ଏନେଇ ନୀଳଗିରି ଥାନାରେ ୧୫୯/୨୫ରେ କେଶ ରୁଜୁ ହୋଇଥିବା ବେଳେ ୪୦୬/୪୦୯/୩୪ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ପାଇଁ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସବ ଇନ୍ସପେକ୍ଟର ସୁବର୍ଣା ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।