ଉଷୁ ପ୍ରତିଯୋଗିତାରେ ଅଂଶୁମାନଙ୍କୁ କାଂସ୍ୟ

  ବଲାଙ୍ଗିର : ୨୪ତମ ଜାତୀୟ ଉଷୁ ପ୍ରତିଯୋଗିତା (ଜୁନିୟର) ଜୁଲାଇ ୧ ତାରିଖ ଠାରୁ ୬ ଜୁଲାଇ ୨୦୨୫ ହାଇଦ୍ରାବାଦର ଗୋଚିବାଓଲି ଇଣ୍ଡୋର ଷ୍ଟାଡିୟମ ଠାରେ ଇତି ମଧ୍ୟରେ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ଦଳ ମୋଟ ୭ ଟି ମେଡାଲ ପାଇଥିଲେ । ଏଥିରେ ବଲାଙ୍ଗିର ଉଷୁ ସଂଘର ଅଂଶୁମାନ ସାହୁ ଏକ କାଂସ୍ୟ ପଦକ ଆଣିି ଓଡିଶା ତଥା ବଲାଙ୍ଗିର ର ନାମ କୁ ଗର୍ବିତ କରିଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ଜିଲ୍ଲା ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି ।