ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ୟାପିତ
ପାଣିକୋଇଲି : କୋରେଇ ବ୍ଲକ୍ ଧନପୁର ଗ୍ରାମରେ ସତ୍ୟନାରାୟଣ ଡ୍ରାମାଟ୍ରିକ କ୍ଲବ୍ ତରଫରୁ ଚାଲିଥିବା ରଙ୍ଗମଞ୍ଚ ଉଦ୍ୟାପିତ ହୋଇଯାଇଛି । ଉତ୍ସବରେ ଅତିଥି ଭାବେ ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ, ସମାଜସେବୀ ଶରତ ଚନ୍ଦ୍ର ଦାସ, ସରପଞ୍ଚ ଶ୍ୟାସୁନ୍ଦର ମାଝୀ, ସମିତି ରମେଶ ମାଝି ଯୋଗ ଦେଇଥିଲେ । ଡ଼.ରଞ୍ଜନ ପ୍ରତିହାରୀ, ଶ୍ରୀଧର ସ୍ୱାଇଁ, ରବି ନାରାୟଣ ମାଝୀ, ନିତ୍ୟାନନ୍ଦ ବାରିକ୍, ପଞ୍ଚାନନ ବେହେରା, ଜଗତ ମହାନ୍ତି, ଯୁଧୂଷ୍ଟିର ସାହୁ, ଅକ୍ଷୟ ସାହୁ, ପ୍ରମୋଦ ସାହୁ, ହୃଷୀକେଶ ବୋଇତାଇ,ଅନିଲ ବୋଇତାଇ ଓ ବିଷ୍ଣୁ ସାହୁ ସହଯୋଗ କରିଥିଲେ । କମିଟି ସଦସ୍ୟଙ୍କ ଦ୍ୱାରା ଦୁଇଟି ନାଟକ ‘କାନ୍ଦିବି କେବଳ ତୋରି ପାଇଁ’, ‘କେତେ ଦୁଖ ଦେବୁ କହରେ ଦଇବ'ନାଟକ ମଞ୍ଚସ୍ତ କରିଥିଲେ । ରଞ୍ଜନ, ପ୍ରମୋଦ, ବଜିଟି, ରାଜ, ଅମୂଲ୍ୟ, ପ୍ରଦୀପ, କାଠିଆ, ପିଣ୍ଡୁ, ସୁବାସ, ଟୁଲୁ, ବାପିନ, ତ୍ରିଲୋଚନ, ଗଣେଶ, ପ୍ରଳୟ, ଅମିୟ, ବିନାୟକ, ପ୍ରକାଶ, ରଘୁନାଥ, ପଞ୍ଚାନନ, ମୋହନ ଅଭିନୟ କରିଥିଲେ । ନାଟକର ନିଦେ୍ର୍ଦଶନା ଦେଇଥିଲେ ରବୀନ୍ଦ୍ର ଦାସ, ନାଟ୍ୟ ପରିଚାଳନା ମନୋରଞ୍ଜନ ନାୟକ କରିଥିଲେ ।