ଋଷିକୁଲ୍ୟାରେ ଭାସିଯାଇ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଋଷିକୁଲ୍ୟାରେ ଭାସିଯାଇ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଆସିକା : ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀରେ ଅଘଟଣ । ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ (୧୭) ଋଷିକୁଲ୍ୟା ନଦୀକୁ ଗାଧୋଇବା ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ । ନିଖୋଜ ଛାତ୍ର ଜଣକ ଯୁକ୍ତ-୨ରେ ପାଠ ପଢୁଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମ ବାହିନୀ, ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଶୁଭମଙ୍କର କୌଣସି ପତ୍ତା ମିଳିପାରି ନାହିଁ ।