ଏଆରସିଏସଙ୍କ ବଦଳି ପାଲା : ଶନିବାର ବଦଳି ମଙ୍ଗଳବାର ବାତିଲ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ସରସଦା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ପଦବୀରେ ଅବସ୍ଥାପିତ ଥିବା ଅଜୟ କୁମାର ବେହେରାଙ୍କୁ ଗତ ୨ ତାରିଖ ଶନିବାର ଭଦ୍ରକ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୬୦୩ ଅନୁଯାୟୀ ଦାଇତ୍ୱରୁ ଅନ୍ତର କରାଯାଇଥିଲା । ସରସଦା ପରିଚାଳନା ବୋର୍ଡ ପ୍ରସ୍ତାବ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଗଲା ବୋଲି ସଂପୃକ୍ତ ଆଦେଶରେ କାରଣ ଦର୍ଶାଗଲା । ସରସଦା ପାକ୍ସର ବିରଞ୍ଚô ନାରାୟଣ ରାଉତଙ୍କୁ ନୂତନ ସମ୍ପାଦକ ଭାବେ କାର୍ଯ୍ୟ କରିବାକୁ ଏଥିରେ ଆଦେଶ ହୋଇଥିଲା । ସୋମବାର ବିରଞ୍ଚ ନାରାୟଣ ରାଉତ କାର୍ଯ୍ୟରେ ଯୋଗଦେଲେ । ମାତ୍ର ଏଭଳି ଆଦେଶ ବେଆଇନ ଦର୍ଶାଇ ଗିରିଶ ସାମଲ, ସୁରେଶ ସାମଲ, ରାମଚନ୍ଦ୍ର ସେନାପତି, ବାବାଜି ଜେନା, ନିହାର ଦାସ ପ୍ରମୁଖ ପ୍ରତିବାଦ କରିଥିବା ଜଣାଯାଇଛି । ପରିଚାଳନା ପରିଷଦ ବୈଠକ ଗଠନ ଆରମ୍ଭରୁ ଅନୁଷ୍ଠିତ ହୋଇନଥିବା ବେଳେ ସମ୍ପାଦକ ବଦଳି ପାଇଁ ପ୍ରସ୍ତାବ କିପରି ଗଲା ତାହାକୁ ନେଇ ଆପତ୍ତି ହୋଇଥିଲା ବୋଳି ଏଆରସିଏସ ସୂଚନା ଦେଇଥିଲେ । ଏହି ଆଧାରରେ ଭଦ୍ରକ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୬୨୨ ଅନୁଯାୟୀ ପୂର୍ବ ଆଦେଶକୁ ମଙ୍ଗଳବାର ବାତିଲ କରାଯାଇଥିବା ଜଣାଯାଇଛି ।