ଧର୍ମପ୍ରାଣା ମହିଳାଙ୍କ ପରଲୋକ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ସରସଦା ଗ୍ରାମର ଧର୍ମପ୍ରାଣ ମହିଳା ସୀତାସୁନ୍ଦରୀ ପାତ୍ରଙ୍କ ପରଲୋକ ଶନିବାର ସକାଳ ୧୦.୪୫ମି. ସମୟରେସରସଦା ବାସଭବନରେ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପୁତ୍ର ଶ୍ରୀକାନ୍ତ, ଜଗନ୍ନାଥ, କନ୍ୟା ଜୟନ୍ତୀ, ଜ୍ୱାଇଁ ରବିନ୍ଦ୍ର, ନାତି ସ୍ୱରୂପ, ନାତୁଣୀ ଦେବସ୍ମୀତା ଓ ପରିବାରବର୍ଗ ଉପସ୍ଥିତ ଥିଲେ । ମରଶରୀରକୁ ବାସଭବନ ହତାରେ ଅନ୍ତିମ ସଂସ୍କାର କରାଯାଇଛି । ନାତି ଶାଶ୍ୱତ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସୀତା ସୁନ୍ଦରୀ ସରସଦାର ପୂର୍ବତନ ସରପଞ୍ଚ ସ୍ୱର୍ଗତ ନୃସିଂହ ଚରଣ ପାତ୍ରଙ୍କ ଧର୍ମପତ୍ନୀ ଥିଲେ । ଧାର୍ମିକ, ଆଧ୍ୟାତ୍ମିକ ଓ ସମାଜସେବା କ୍ଷେତ୍ରରେ ତାଙ୍କର ବହୁ ଅବଦାନ ଥିଲା । ତାଙ୍କ ମୃତୁ୍ୟରେ ସରସଦା ଗ୍ରାମରେ ଶୋକ ପ୍ରକାଶ ପାଇଛି ।