ମନୁଷ୍ୟ-ହାତୀ ସଙ୍ଘର୍ଷ ରୋକିବାକୁ ଗଡିଲା ରଥ

 ଚମ୍ପୁଆ:  ଦିନକୁ ଦିନ ମଣିଷ ଓ ହାତୀ ମଧ୍ୟରେ ସଙ୍ଘର୍ଷ ବଢିବାରେ ଲାଗିଛି । କେଉଁଠି ହାତୀର ମୃତୁ୍ୟ ହେଉଛି ତ କେଉଁଠି ହାତୀ ଆକ୍ରମଣରେ ମଣିଷ ର ଜୀବନ ଚାଲିଯାଉଛି । ଏହି ସଙ୍ଘର୍ଷକୁ ପ୍ରତିହିତ କରିବା ପାଇଁ ତଥା ବନ୍ୟଜ"ଙ୍କୁ ସୁରକ୍ଷା ଓ ସଂରକ୍ଷଣ କରିବା ନିମନ୍ତେ ଜନ ସଚତେନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏସିଏଫ ଅଶୋକ ଦାସ, ଏସିଏଫ ଅକ୍ଷୟ ଛତ୍ରିୟା, ଚମ୍ପୁଆ ବିଡିଓ ସ୍ମୃତି ରଂଜନ ସାହୁ, ଏସ୍ଆଇ ହିମାଂଶୁ ଶେଖର ପ୍ରଧାନ, ବନପାଳ ଜ୍ୟୋତିରୂପା ପାଣି ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ବାବେ ପତାକା ହୋଲାଇ ଶୁଭାରମ୍ଭ କରିଥିଲେ । ରାତି କିମ୍ବା ଭୋର ସମୟରେ ହାତୀ ପ୍ରବଣ ଅଂଚଳରେ ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ ନ କରିବା ଶୌଚ ପାଇଁ ବାହାରକୁ ନ ଯିବା, ହାତୀ ସହିତ ସେଲଫି ନ ନେବା, ଗାଁରେ ମହୁଲି ହାଣ୍ଡିଆ ପ୍ରସ୍ତୁତ ନ କରିବା, ହାତୀ ପଲକୁ ସବୁ ଦିଗରୁ ଘେରି ନରଖିବା, ହାତୀ ପଲର ରାସ୍ତା ଅବରୋଧ ନ କରିବା, ମଦ୍ୟପାନ କରି ଜଙ୍ଗଲ ମଧ୍ୟକୁ ନଯିବା ନେଇ ଏହି ରଥ ଚମ୍ପୁଆ ରୋଞ୍ଜର ୫-ଟି ସେକ୍ସନରେ ପରିଭ୍ରମଣ କରି ଜଣ ସାଧାରଣଙ୍କୁ ସଚେତନତା କରିବେ ।