ଏକାଧିକ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ 

ନୀଳଗିରି : ଛୀନତାଇ, ରାହାଜାନି, ଚୋରି, ମାରଣାସ୍ତ୍ର ରଖି  ଆକ୍ରମଣ କରିବା ଭଳି  ସଂଗୀନ ଅପରାଧିକ ମାମଲାରେ ଜଡିତ ଜଣେ ଅପରାଧୀକୁ ଶନିବାର ରାତିରେ ଘରେ ଆତ୍ମଗୋପନ କରିଥିବା ବେଳେ ନୀଳଗିରି ପୁଲିସ  ଗିରଫ କରିଛି  । ସୂଚନାରୁ ଜଣାପଡ଼ିଛି ଯେ, ଔପଦା ବ୍ଳକ ଭୀମେଇ ଗ୍ରାମର ଗୌରାଙ୍ଗ ମଲ୍ଲିକଙ୍କ ପୁଅ ବାଉଳି ଓରଫ ସୁଶାନ୍ତ ମଲ୍ଲିକ ଭଦ୍ରକ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାରଣାସ୍ତ୍ରରେ ଆକ୍ରାମଣ କରିଥିଲା । ଏତଦ ବ୍ୟତୀତ ଛୀନତାଇ, ରାହାଜାନି, ଚୋରି କରିବା ଭଳି ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ । ଭଦ୍ରକ ପୁଲିସ ଆର୍ମସ ଆକ୍ଟ ୩୦୭ରେ ଏକ ମାମଲାରେ ସେ ଫେରାର ଥିବା ବେଳେ ତାଙ୍କ ନାମରେ ୱାରେଣ୍ଟ ପରୱାନା ଜାରି କରାଯାଇଥିଲା । ନୀଳଗିରି ଥାନା ଅଧିକାରୀ ତାକୁ ଧରିବାରେ ସଫଳ ହୋଉଛି । ପୂର୍ବରୁ ସୋରୋ, ବାସୁଦେବପୁର,ନୀଳଗିରି ଥାନା  ଅଞ୍ଚଳରେ ଛୀନତାଇ, ରାହାଜାନି ଭଳି ସଂଗୀନ ମାମଲା ତାଙ୍କ ନାମରେ ମାମଲା ଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।