ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସୃତି ପରିଷଦର ସାରସ୍ୱତ ସମାରୋହ
ସିଂହପୁର: ସିଂହପୁର କାଳୀ ପଡିଆରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ନବମ ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ସଭାପତି ଦୁର୍ଯେ୍ୟାଧନ ସାମଲଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତକବି ଡ.ନୃସିଂହ ପ୍ରସାଦ ତ୍ରିପାଠୀ, ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା ଅତିରିକ୍ତ ର୍ନିେଶିକା ପ୍ରୀତିପ୍ରତିଭା ଭୋଳ ଯୋଗଦାନ କରିଥିଲେ । ଅନୁଷ୍ଠାନର ମୁଖପାତ୍ର ଶ୍ରୀମୁଖକୁ ଅତିଥି ଉନ୍ମୋଚନ କରଯାଇଥିଲା । ପତ୍ରିକାର ମୂଖ୍ୟ ସଂପାଦକ ଶ୍ରୀକାନ୍ତ ନାୟକ ଅଭିମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଧାରଣ ସମ୍ପାଦକ ଅନିରୁଦ୍ଧ ବେଉରିଆ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଶିକ୍ଷାବିତ ବୈଷ୍ଟାବ ଚରଣ ବେଉରିଆ, ସମାଜସେବା ସୁରେନ୍ଦ୍ର କୁମାର ଧଳ, ଶିକ୍ଷାବିତ କୃଷ୍ଟ ଚନ୍ଦ୍ର ଜେନା, ସମାଜସେବା ସୁରେନ୍ଦ୍ର କୁମାର ମହାଳିକକୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ପ୍ରଶାସନିକ ସେବା ପରୀକ୍ଷାରେ ହାସଲ କରିଥିବା ଅଲିଭା ଧଳ ଓ ସର୍ବଭାରତୀୟ ନିଟ ପରୀକ୍ଷାରେ ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଂପାଦକ ପ୍ରଦୀପ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ । ନାଗରିକ ମଂଚର ସଭାପତି ପଦ୍ମନାଭ ଦାଶ, ସଂପାଦକ ସୁଶାନ୍ତ କୁମାର ନାୟକ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୃଷ୍ଟ ଚନ୍ଦ୍ର ଥାଟୋଈ, ଭରତ ଚନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ଦାସ, ତ୍ରିଲୋଚନ ରାଉତ, ମାନପତ୍ର ପାଠ କରିଥିଲେ । ନିରଂଜନ ବେଉରିଆ, ପ୍ରତାପ ଧଳ, ତ୍ରିନାଥ ବେଉରିଆ, ପୁରୁଷୋତମ ବେହେରା, କୁଷ୍ଟଚନ୍ଦ୍ର ଭୂୟାଁ, ସନ୍ତୋଷ ବେହୁରିଆ, ଜ୍ଞାନେନ୍ଦ୍ର ବେଉରିଆ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।