ଏନଏସଇ ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏମଓୟୁ
ନୂଆଦିଲ୍ଲୀ : ନେସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଜମ୍ମୁକାଶ୍ମୀରର ଏମ୍ଏସଏମଇଗୁଡିକ ମଧ୍ୟରେ ଏନଏସଇ ଏମର୍ଜର ବ୍ୟବହାର କରି ଆଇପିଓ ମେକାନିଜିମ ମାଧ୍ୟମରେ ପାଣ୍ଠି ହାସଲ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ଉପସ୍ଥିତିରେ ଜମ୍ମୁର ଶିଳ୍ପ ଓ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରୁଣ ମନହାସ, କାଶ୍ମୀରର ଶିଳ୍ପ ଓ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ଖାଲିଦ ମାଜିଦ ଓ ଏନଏସଇର ବରିଷ୍ଠ ଉପାଧ୍ୟକ୍ଷ କ୍ରିଷ୍ଣନ ଆୟରଙ୍କ ମଧ୍ୟରେ ଜମ୍ମୁରେ ଏହି ବୁଝାମଣାପତ୍ରର ଆଦାନପ୍ରଦାନ ହୋଇଥିଲା । ଏମଓୟୁ ପରେ ଜମ୍ମୁକାଶ୍ମୀର ସରକାରଙ୍କ ସହଯୋଗରେ ଏନଏସଇ ପକ୍ଷରୁ ଏନଏସଇ ଏମର୍ଜ ପ୍ଲାଟଫର୍ମ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା ଉପରେ ରାଜ୍ୟର କର୍ପୋରେଟଗୁଡିକୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ସେମିନାର, ଏମଏସଏମଇ କ୍ୟାମ୍ପ, ନଲେଜ ସେସନ, ରୋଡଶୋ’ ଓ ୱର୍କସପ ଦ୍ୱାରା ସଚେତନତା ଅଭିଯାନଗୁଡିକୁ ପରିଚାଳନା କରାଯିବ । ଏସମ୍ପକରେ ଶିଳ୍ପ ଓ ବାଣିଜ୍ୟ ବିଭାଗର ସଚିବବିକ୍ରମଜିତ ସିଂହ କହିଛନ୍ତି, ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ନେତୃତ୍ୱାଧୀନରେ ଆମେ ଆମର କେନ୍ଦ୍ରଶାସିତ ଅଂଚଳର ଏମଏସଏମଇଗୁଡିକ ପାଇଁ ଏକ ସମାବେଶୀ ଇକୋସିଷ୍ଟମ ପ୍ରଦାନ କରିବାକୁ ପ୍ରୟାସ କରୁଛୁ ଯାହା ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବ ଏବଂ ଆକର୍ଷଣୀୟ ବ୍ୟବସାୟ ମଡେଲ ସୃଷ୍ଟି କରିବ । ସେହିପରି ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, ଏନଏସଇ ଏମର୍ଜ ପ୍ଲାଟଫର୍ମ ମାଧ୍ୟମରେ ଏମଏସଏମଇଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବା ଓ ସହଭାଗିତା କରିବା ପାଇଁ ଜମ୍ମୁକାଶ୍ମୀର ଓ ଏନଏସଇ ଏକ ଏମ୍ଓୟୁରେ ପ୍ରବେଶ କରିଛନ୍ତି ।