ନବୀନଙ୍କ ଆରୋଗ୍ୟ ପାଇଁ ଦୀପଦାନ 

 ରାଜନଗର: ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିସôା ପାଇଁ ମୁମ୍ବାଇ ଯାଇଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ରାଜନଗର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ସମୂହ ଦୀପଦାନ କରାଯାଇଛି । ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ସମିତି ସଭ୍ୟ ସଂଜୟ ସ୍ୱାଇଁ, ରବୀନ ମଲ୍ଲିକ, ସୁମିତ୍ରା ସେଠୀ, ବିଜେଡି ନେତା କୈ÷ଳାସ ପରିଡା, ଦିଲ୍ଲୀପ ପାତ୍ର, ବିଜୟ ନାୟକ, ବୈବର୍ତନାରାୟଣ ବିଶ୍ୱାଳ, ବାଇଧର ସେଠୀ, ପ୍ରଦୀପ ଲେଙ୍କା, ରଂଜନ ମହାନ୍ତି, ଦେବେନ୍ଦ୍ର ଜେନା, ଦଧିବାବନ ଭୂୟାଁ, ପାରେଶ୍ୱର ନାୟକ, ବିଚିତ୍ର ସ୍ୱାଇଁ, ସୀତା ସେଠୀ, ଶତ୍ରୁଘ୍ନ ପରିଡା, ବିଚିତ୍ର ମଳିକ ପ୍ରମୁଖ ନବୀନବାବୁଙ୍କ ଆରୋଗ୍ୟ କାମନା କରି ରାଜନଗର ଦଧିବାମନ ମନ୍ଦିରରେ ସମୂହ ଦୀପଦାନ କରିଥିଲେ । 
ପୁରୀ: ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥରାଇଟି୍ରକ୍ସ ଚିକିତ୍ସା ପାଇଁ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଆଶୁଆରୋଗ୍ୟ କାମନା କରି ପୁରୀରେ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ସମୂହ ଦୀପଦାନ କରିଛନ୍ତି । ସିଂହଦ୍ୱାର ସମ୍ମୁଖରେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଦୀପଦାନ କରାଯାଇ ଶ୍ରୀ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି । ଏଥିରେ ଦଳୀୟ ନେତା ରାମକୃଷ୍ଣ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ଭଗବାନ ପଢିଆରୀ, ଭୁବନାନନ୍ଦ ଛାଟୋଇ, ଶଂଖମିତ୍ର ସିଂହାରୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।