ବିଶ୍ୱକର୍ମା ପୂଜା ଉଦ୍ୟାପନୀରେ ପୁରସ୍କାର ବିତରଣ

ପାରାଦୀପ  : ପାରାଦୀପର  ଗଣପର୍ବ  ବିଶ୍ୱକର୍ମା ପୂଜା ମହୋତ୍ସବ  ଉଦ୍ୟାପିତ ହୋଇଛି  । ଏହି ଅବସରରେ ପୂର୍ବ ବର୍ଷ ଭଳି ପାରାଦୀପ ପୈାର ପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ  ସଂଧ୍ୟାରେ ଆୟୋଜିତ  ପୁରସ୍କାର ବିତରଣ ଉତ୍ସବରେ ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ ଯୋଗ ଦେଇ ପାରାଦୀପର  ଐତିହ୍ୟ, ପରମ୍ପରା ବଜାଏ ରଖିବା ପ୍ରୟାସ ଜାରି ରଖିଥିବା ସ୍ଥାନୀୟ ବିଭିନ୍ନ  ଶ୍ରମିକ ସଂଗଠନ, ମାଲିକ ସଂଘ ଓ ବନ୍ଦରର  ୩ ବିଭାଗକୁ  ଉଚ୍ଚ ପ୍ରଶଂସା କରିଥିଲେ । ସେହିଭଳି  ବିଚାରକ ମଣ୍ଡଳୀ ଦ୍ୱାରା  ମନୋନୀତ  ବିଭିନ୍ନ ସଂଗଠନର ମଣ୍ଡପ,ତୋରଣ, ପୂଜା ମଣ୍ଡପ ଭିତର ଓ ବାହାର ଆଲୋକ ସଜା  ସମେତ ମୂର୍ତୀ ଆଦିରେ ଶ୍ରେଷ୍ଠ କଳା ପ୍ରଦର୍ଶନ କରିଥିବା ସଂଗଠନ ଗୁଡିକୁ  ନିମନ୍ତ୍ରୀତ ଅତିଥି ରାଜ୍ୟ ଶିଳ୍ପମନ୍ତ୍ରୀ ଓ ସାଂସଦ ପୁରସ୍କାର ବିତରଣ କରିଥିଲେ । ଚଳିତ ବର୍ଷ ବିଶ୍ୱକର୍ମା ପୂଜାରେ  ମଣ୍ଡପ  ଓ ତୋରଣ ସଜାରେ ପାରାଦୀପ ଟ୍ରକ ମାଲିକ ସଂଘ ପ୍ରଥମ ପୁରସ୍କାର ଗ୍ରହଣ କରିଥିବା ବେଳେ, ପାରାଦୀପ ଡମ୍ପର ମାଲିକ ସଂଘ ଦ୍ୱିତୀୟ ଓ ଜଗନ୍ନାଥ ଟ୍ରକ ମାଲିକ ସଂଘ ଏବଂ ପାରାଦୀପ ଜନ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ । 
ସେହିଭଳି  ମଣ୍ଡପ ଭିତର ସାଜସଜା ଓ ମୂର୍ତୀରେ  ଭାରତୀୟ ବନ୍ଦର ମଜଦୂର ସଂଘ ପ୍ରଥମ, ପାରାଦୀପ ଟ୍ରକ ମାଲିକ ସଂଘ ଦ୍ୱିତୀୟ ଓ ପାରାଦୀପ ଟ୍ରଲର ମାଲିକ ସଂଘ (ଓମ୍ଫା) ତୃତୀୟ ପୁରସ୍କାର ଗ୍ରହଣ କରିଛି  ।  ଆଲୋକ  ସାଜସଜାରେ ପାରାଦୀପ ଟ୍ରଲର ମାଲିକ ସଂଘ (ଓମ୍ଫା) ପ୍ରଥମ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଦ୍ୱିତୀୟ ଓ ପାରାଦୀପ ଡମ୍ପର ମାଲିକ ସଂଘ ତୃତୀୟ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସାମାଜିକ ବାର୍ତା  ପ୍ରଦାନରେ ପାରାଦୀପ ଟ୍ରକ ମାଲିକ ସଂଘ ପ୍ରଥମ,ବନ୍ଦର ମେରାଇନ ବିଭାଗ ଦ୍ୱିତୀୟ ଓ ଭାରତୀୟ ବନ୍ଦର  ମଜଦୂର ସଂଘ ତୃତୀୟ ପୁରସ୍କାର ହାତେଇଛି ।  ଅନ୍ୟମାନଙ୍କ ମଧ୍ୟରେ ପାରାଦୀପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀର ଅଧୀକ୍ଷକ ସ୍ମୃତି ରଞ୍ଜନ କର, ପାରାଦୀପ ପୈାର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ସମ୍ମାନ୍ନୀତଅତିଥି ଉପସ୍ଥିତ ଥିଲେ ।