ଧରଣୀଧର ନାୟକ ସ୍ମୃତି ସମାରୋହ : "ପିତା ମାତାଙ୍କ ଆଦର୍ଶରେ ସନ୍ତାନ ପ୍ରଭାବିତ ହୁଅନ୍ତି' 

 ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଜୟଦୁର୍ଗା ମନ୍ଦିର ସମ୍ମୁଖରେ ବିଶିଷ୍ଟ ସମାଜସେବୀ ତଥା ଅନେକ ମଠ ମନ୍ଦିରର ନିର୍ମାତା ସ୍ୱର୍ଗତ ଧରଣୀଧର ନାୟକ ସ୍ମୃତିକମିଟି ଆନୁକୂଲ୍ୟରେ ସ୍ମୃତିସମାରୋହ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିିତ ଶଙ୍କର୍ଷଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଣ୍ଡିତ ହୁର୍ଷିକେଶ ରଥ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବାଚକ ଶ୍ରୀ ସନ୍ୟାସୀ ଜୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ମହାପାତ୍ର, ସମ୍ମାନୀତ ବକ୍ତା ଭାବେ ଶିକ୍ଷକ ରବିନାରାୟଣ ଲେଙ୍କା, ବରେଣ୍ୟ ଅତିଥି ଭାବେ ରାଜନଗର ଥାନା ଅଧିକାରୀ ନରେଶକୁମାର ସାହୁ ଯୋଗଦେଇ ଧରଣୀଧର ନାୟକଙ୍କ ମହତ ଚିନ୍ତନ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ପଣ୍ଡିତ ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ପିତା ମାତାଙ୍କ ଆଦର୍ଶ ସନ୍ତାନ ସନ୍ତତିଙ୍କୁ ପ୍ରଭାବିତ କରିଥାଏ । ସ୍ୱର୍ଗତ ନାୟଙ୍କଙ୍କ ସାମାଜ ପ୍ରତି ଦୃଷ୍ଟିକୋଣ ତାଙ୍କ ପରବର୍ତୀ ପିଢିକୁ ପ୍ରଭାବିତ କରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୨୦ଜଣ ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ୫ହଜାର ଲେଖାଏ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ରାଜନଗର ମାଟିର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ମହାପାତ୍ର, ଶ୍ରୀ ଲେଙ୍କା,  ସମାଜସେବୀ କୃପାସିନ୍ଧୁ ସାମଲ, ଅଭିରାମ ମଠର ସେବକ ଅଭୟ ଦାସ, ଚିତ୍ରଶିଳ୍ପୀ ବିଜୟ ପ୍ରଧାନ, ସାମ୍ବାଦିକ ବସନ୍ତ କୁମାର ହାତି ଓ ଭାଷ୍କର ରାଉତରାୟ, ଅଧ୍ୟାପିକା ଭଗବତୀ ରାଉତ, ନିତିଦିନର ସହସଂପାଦକ ଶ୍ରୀ ଗୋବିନ୍ଦଙ୍କ ସହ  ସାମାଜିକ ଅନୁଷ୍ଠାନ ବସନ୍ତ କୁମାର ପାଣି ମେମୋରିଆଲଟ୍ରଷ୍ଟ, ଦ ପିପୁଲ ଫର ନିଡ୍, ମା ରାମଚଣ୍ଡୀ ସେବା ସମିତି, ରାଜନଗର ବଣିକସଂଘ, ରାଜନଗର ଶାରଦୀୟ ଦୂର୍ଗାପୂଜା କମିଟ୍ ଓ ରାଧାକୃଷ୍ଣ ମେଲଣ କମିଟକୁ ଧରଣୀଧର ନାୟକ ସ୍ମୃତି ସମ୍ମାନ ଉତରୀୟ ସହ ପ୍ରଦାନ କରାଯାଇଥିଲା । ଶୁଶାନ୍ତ ପାଣିଙ୍କ ନେତୃତ୍ୱରେ ଗୋପାଳ ଦାସ ସ୍ମାରକୀର ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଓଡିଶୀ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜନଗରର ମୂର୍ଚ୍ଚନା କଳାପରିଷଦ କଣ୍ଠଶିଳ୍ପୀମାନେ ସଙ୍ଗୀତ ଗୁରୁ ରାମଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କଥାକାର ପ୍ରଦୀପ ନାୟକ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପବିତ୍ର ବ୍ରହ୍ମପୁତ୍ର ନାୟକ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଦେବଦତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ରତ୍ନାକର ନାୟକ, ସମୀର ମିଶ୍ର, ଅଧ୍ୟାପକ ସଂଗ୍ରାମକୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ ।