ଏମ୍ସିଏଲରେ କୋଲ ଇଣ୍ଡିଆର ସୁବର୍ଣ୍ଣ ଜୁବୁଲି ସମାରୋହ

 ସମ୍ବଲପୁର: ରାଷ୍ଟ୍ରାୟ କୋଲ ଇଣ୍ଡିଆ ଲିମିଟେଡ଼ ଓ ସିଆଇଏଲ୍ର ସୁବର୍ଣ୍ଣ ଜୁବୁଲି ଉତ୍ସବ ସମ୍ବଲପୁରର ଏମ୍ସିଏଲ୍ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏମ୍ସିଏଲ୍ ପକ୍ଷରୁ  ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଥମ ଦିବସରେ ସିଆଇଏଲ୍ର ଅଧ୍ୟକ୍ଷ ପିଏମ୍ ପ୍ରସାଦ ସବୁଜ ପତାକା ଦେଖାଇ ରନ୍ ଫର୍ ଏକ୍ସଲେନ୍ସ ଗଣଦୌଡ଼କୁ ଉଦ୍ଘାଟନ କରିଥିଲେ । ଏମ୍ସିଏଲ୍ର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ଉଦୟ ଅନନ୍ତ କାଓଲେ, କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜୀବ କୁମାର ଯସ୍ଶୀ, ଏମ୍ସିଏଲ୍ର କାର୍ମିକ ନିଦେ୍ର୍ଦଶକ କେଶବ ରାଓ, ମୁଖ୍ୟ ସତର୍କତା ଅଧିକାରୀ ପି.କେ. ପଟେଲ, ବୈଷୟିକ ଓ ପରିଚାଳନା ବିଭାଗ ନିଦେ୍ର୍ଦଶକ ଜିକେ ବୋରା, ଆର୍ଥିକ ନିଦେ୍ର୍ଦଶକ ଏକେ ବେହୁରା, ଯୋଜନା ଓ ପ୍ରକଳ୍ପ ନିଦେ୍ର୍ଦଶକ ଏକେ ବାପଟ୍ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କେଜି କୁମାରମଙ୍ଗଳମ୍ ସ୍ମାରକୀ ବକ୍ତୃତାମାଳା ଆୟୋଜନ କରାଯାଇଥିଲା । କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏମ୍ସିଏଲ୍ର ୩୮ ଜଣ ଅଧିକାରୀ ଏବଂ କର୍ମଚାରୀ ପୁରସ୍କୃତ ହୋଇଥିଲେ । ଏମ୍ସିଏଲ୍ର ନିଦେ୍ର୍ଦଶ କେଶବ ରାଓ ଏବଂ ଏକେ ବେହୁରା କୃତୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏଥି ସହିତ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜନ୍ସ୍ ସ୍କୁଲ, ଦ୍ୱିତୀୟ ବିକାଶ ଦି କନ୍ସେପ୍ଟ ସ୍କୁଲ ଏବଂ ତୃତୀୟ ସରକାରୀ ବାଳକ ହାଇସ୍କୁଲକୁ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଗଲ୍ଫ ପ୍ରତିଯୋଗିତାର ବିଜେତା ତଥା ବସୁନ୍ଧରା ଖଣି କ୍ଷେତ୍ରର ରାଜତୋଡ଼ଇ ସିଂ ଏବଂ ରନର୍ସଅପ୍ ଏସ୍କେ ଲାଲ୍ ପୁରସ୍କୃତ ହୋଇଥିଲେ ।