ଅପେରାରେ ସୀମା ଟପିଲା ଆଇଟମ ଡ୍ୟାନ୍ସ

ମାଲକାନଗିରି: ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ସଂସ୍କୃତି ଓ କଳାକୁ ବେସ ଗୁରୁତ୍ୱ ଦିଆଯାଉଛି । ଏଠାରେ ଅନେକ ସମୟରେ ଅପେରା, ନାଟକ ଆଦି ପରିବେଷଣ ହୋଇଆସୁଛି । ଜିଲ୍ଲାର କତାମେଟାରେ ମଧ୍ୟ ଅପେରା ଚାଲିଥିବା ବେଳେ ସେଠାରେ ଆଇଟମ ଡ୍ୟାନ୍ସରଙ୍କ ଅଙ୍ଗ ପ୍ରଦର୍ଶନୀ ଅଶ୍ଳିଳତାର ସିମା ଟପିଯାଇଥିଲା । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଅଶ୍ଳୀଳ ନୃତ୍ୟ ପରିବେଷଣ ବେଳେ ଜଣେ ଥାନା ଅଧିକାରୀ ଉପସ୍ଥିତ ରହି ଏହାର ବିରୋଧ କରିବା ବଦଳରେ ଭରପୁର ମଜା ଉଠାଇଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଘୁରି ବୁଲିବାରେ ଲାଗିଛି । ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ କତାମେଟା ଗ୍ରାମରେ ଆୟୋଜିତ ହେଉଥିବା ଅପେରା କ୍ଷେତ୍ର ଗଣନାଟ୍ୟରେ ସାହୁ ଭାଉଜ ନାମରେ ପ୍ରସିଦ୍ଧ ଥିବା ଆଇଟମ ଡ୍ୟାନ୍ସରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରଯାଇଥିଲା । ପୂର୍ବରୁ ଅନେକ ଥର ଏହି ଡ୍ୟାନ୍ସର ଜଣଙ୍କ ନିଜର ଅଶ୍ଳୀଳ ନୃତ୍ୟକୁ ନେଇ ବିଭିନ୍ନ ବାଦ ବିବାଦରେ ରହିଛି । କତାମେଟାରେ ମଧ୍ୟ ସେ ପୁନଃ ସବୁକିଛି ଭୁଲି ପରିବେଷଣ କରିଚାଲିଥିଲେ ଅଶ୍ଳୀଳ ନୃତ୍ୟ । ସଂଗୀତର ତାଳେ ତାଳେ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ ଦର୍ଶକ । ତେବେ ଏହି ସମୟରେ ସମ୍ମୁଖରେ ବସି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ ମାଥିଲି ଥାନାଧିକାରୀ । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି । କେବଳ ଏତିକିନୁହେ ଉକ୍ତ ଡ୍ୟାନ୍ସର ଜଣଙ୍କ ନିଜେ ମଞ୍ଚରେ ଥାନା ଅଧିକାରୀଙ୍କ ପାଇଁ ଜୋରଦାର ତାଳି ହେଉ କହି ଏଫ-ଅଣ୍ଡ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବା ଲୋକଙ୍କ ବେସ ଚକିତ କରିଥିଲା । ଅଶ୍ଳୀଳତାର ସୀମା ଟପି ଡ୍ୟାନ୍ସର ଜଣଙ୍କ ନିଜକୁ ଅର୍ଦ୍ଧ ଉଳଘ୍ନ କରିଥିବା ବେଳେ ଥାନା ଅଧିକାରୀ ଜଣଙ୍କ ଏହାକୁ ବିରୋଧ ମଧ୍ୟ କରି ନଥିଲେ । ତେବେ ଜଣେ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ନୃତ୍ୟକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।