ଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ହିଞ୍ଜିଳିକାଟୁ: ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀଙ୍କ ମୃତୁ୍ୟ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର ସୁଲତା ସାହୁ (୩୬) ଓ ଗୁରୁତର ଆହତ ଜଣଙ୍କ ହେଲେ ମୃତକାଙ୍କ ସ୍ୱାମୀ ଭଗବାନ ସାହୁ (୪୪) ।
ପ୍ରକାଶ ଯେ, ରବିବାର ଅପରାହ୍ନରେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର ଭଗବାନ ସାହୁ ଓ ତାଙ୍କ ସ୍ତ୍ରୀ ସୁଲତା ସାହୁ ସ୍କୁଟି ଯୋଗେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ଟିପର ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ସ୍ୱାମୀ, ସ୍ତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ବାଲି ବୋଝେଇ ଟିପରର ପଛ ଚକ ମହିଳାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଦୁର୍ଘଟଣା ଘଟାଇବା ପରେ ଟିପର ଚାଳକ ଗାଡିକୁ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ସ୍ୱାମୀଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲା । ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ପୁଲିସ ଜବତ କରିଛି । ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଦୃର୍ଘଟଣା ଘଟାଇ ଚମ୍ପଟ ମାରିଥିବା ବାଲି ବୋଝେଇ ଟିପରକୁ ଧରିବା ପାଇଁ ପୁଲିସ ଛାନଭିନ ତଦନ୍ତ ଆରମ୍ଭ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ପ୍ରକାଶ କରିଛନ୍ତ ।