ଏସ ଏନ କଲେଜ ଓଡ଼ିଆ ବିଭାଗ ପାଠଚକ୍ର 

ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଶୀର୍ଷକ ‘ଓଡ଼ିଆ ସାହିତ୍ୟ ରେ ଆଦିବାସୀ ସଂକୃତି' ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ବିଭାଗୀୟ ମୁଖ୍ୟ ଡ. ପ୍ରକାଶ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଠଚକ୍ରରେ ବିଷୟ ବିଶେଷଜ୍ଞ ଭାବେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ. ଆଶୁତୋଷ ରାଉତ ଏବଂ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ. ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ବିଭାଗ ଛାତ୍ରୀ ବନ୍ଦନା ରାଉତ ସଭା ସଞ୍ଚାଳନାରେ ଅନୁଷ୍ଠିତ ପାଠଚକ୍ରରେ ପ୍ର. କୀର୍ତ୍ତି କଳ୍ପିତା ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଡ. ପ୍ରକାଶ ସାମଲ ସ୍ୱାଗତ ଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଛାତ୍ରୀ ଜୁଲି ନାୟକ, ଆଶା ରାଣୀ ବେହୁରା ଓ ଅନ୍ୱେଷା ରାଉତ ନିଜ ନିଜର ବିଷୟ ଆଧାରିତ ପ୍ରବନ୍ଧ ପାଠ କରିଥିଲେ । ଅନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ପ୍ରଫେସର ତୃପ୍ତି ରାଉତ, ପ୍ର. ଶରତ ଚନ୍ଦ୍ର ବାରିକ, ପ୍ର. କେଶବ ସେଠୀ, ପ୍ର. ଅନିଲ ନାହାକ, ଡ଼. ପ୍ରଶାନ୍ତ ଦାସ, ପ୍ର. ସୟେଦ ଟିକି, ପ୍ର. ଜ୍ୟୋତି ରଞ୍ଜନ ରାଉତ, ଶରତ କୁମାର ଓଝା ଆଦି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ପ୍ର. କୀର୍ତ୍ତି କଳ୍ପିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।