"ବେଟି ବଚାଓ ବେଟି ପଢାଓ' ସଚେତନତା ରଥ ଉଦ୍ଘାଟନ 

 କେନ୍ଦ୍ରାପଡା :  ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ବେଟି ବଚାଓ ବେଟି ପଢାଓ ଶୀର୍ଷକ ବିଷୟବସ୍ତୁ କୁ ନେଇ ଏକ ସଚେତନତା ରଥ ଉଦ୍ଘାଟନ ହୋଇ ଯାଇଛି ।  ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରଥ ପରିକ୍ରମା କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅପରାହ୍ଣରେ ପୁରୁଣା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଏକ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ସମ୍ପର୍କରେ ଜିଲ୍ଲାସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଝିଅ ଓ ପୁଅ ମଧ୍ୟରେ ଥିବା ଭିନ୍ନତାର ମାନସିକତାକୁ ହ୍ରାସ କରି ଏକ ସମାନ୍ତରଳ ସମାଜ ଗଠନ ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀମାନେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଡିପିସି (ମମତା) ମନୋରଂଜନ ଦାସ, ପ୍ରକଳ୍ପ ଅଧିକାରୀ ଭାରତୀ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିକ୍ରମା ଯାତ୍ରାରେ ୯ ଟି ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ୱାନ୍ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।