ଦାରୁବ୍ରହ୍ମଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି

 କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ଦାରୁବ୍ରହ୍ମଙ୍କ ଘୋଷଯାତ୍ରା ନିମନ୍ତେ ମା’ ବରୁଣାଇ ଦେବୀଙ୍କ ବେଢାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଦାରୁବ୍ରହ୍ମ ମନ୍ଦିର ପରିଚାଳନା କମିଟିର ସଭାପତି କୁଳମଣି ଦାସଙ୍କ ପୌରୋହିତ୍ୟରେ କମିଟିର ସମ୍ପାଦକ ମାଗୁଣୀ ଦଳାଇ, ଉପସଭାପତି ହିମାଂଶୁ ଶେଖର ଜେନା, ସହ ସମ୍ପାଦକ ସୁକାନ୍ତ ତରାଇ, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା କମିଟିର ସଭ୍ୟ ଅଭିମନୁ୍ୟ ତରାଇ, ସାନନ୍ଦ ଦଳାଇ, ଜୟରାମ ମାଝି, ପ୍ରଭାକର ତରାଇ, ନାରାୟଣ ସୁତାର, ପ୍ରଫୁଲ୍ଲ ପାତ୍ର, ରବୀନ୍ଦ୍ର ପାତ୍ର, ରଥ କାରିଗର ସୁନାକର ମାଝି ଓ ମାଉସୀ ମା’ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହି ଚଳିତ ବର୍ଷ ରଥଯାତ୍ରାର ଖସଡ଼ା ପ୍ରସ୍ତୁତ କରିଥିଲେ  ।