ଅଦିନିଆ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ : କ୍ଷତିପୂରଣ ପାଇଁ ଦାବି କଲେ ବ୍ଲକ ଉପାଧ୍ୟକ୍ଷ
ଗୋପ: ଅଦିନିଆ ବର୍ଷା ସବୁ ସାରି ଦେଇଛି । ବର୍ଷକର ଫସଲ ଆଜି କ୍ଷେତରେ ଭାସୁଛି । ଲଘୁଚାପ ବର୍ଷା ଓ କୋହଲା ପାଗ ଯୋଗୁଁ ସମସ୍ତ ଚାଷୀକୁଳ ଆଜି ହତାଶ ହୋଇପଡିଛନ୍ତି । ଠିକ୍ ସେହିପରି ପୁରୀ ଜିଲ୍ଲାର ଗୋପ ବ୍ଲକ୍ ର ମୋଟ ୨୧୦୧୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଇଥିଲା । ସେଥିମଧ୍ୟରୁ ଶତକଡା ୮୫ ଭାଗରୁ ଅଧିକ ଚାଷ ଜମିରେ ଧାନ ଗଜା ହେବାକୁ ବସିଲାଣି । ଏହା ନୂତନ ସରକାରଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିପାରେ, କାରଣ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ ପାଚିଲା ଧାନ, ପନି ପରିବା ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । ଚାଷ ଜମିରେ ବର୍ଷା ପାଣି ଜମି ରହିବାରୁ ପାଚିଲା ଧାନ ଏବେ ଭାସିବା ସହିତ ଗଜା ହେବାକୁ ବସିଲାଣି । ଶତାଧିକ ହେକ୍ଟର ଜମିରେ ଧାନ, ଫସଲ ସହ ଫୁଲକୋବି, ବନ୍ଧାକୋବି, ଟମାଟୋ, ମୂଳା ଓ ବାଇଗଣ ଫସଲ ହାନୀ ହୋଇଛି । ଚାଷୀର ବର୍ଷକର ଆହାର ଓ ପରିବାର ଗୁଜୁରାଣ ମେଣ୍ଟାଇବା ଖର୍ଚ୍ଚ ସବୁ ଶୀତ ଦିନିଆ ବର୍ଷା ଛଡାଇ ନେଇଛି । ଅଧିକାଂଶ ଚାଷୀ ଧାନ କାଟି ଜମିରେ ବାନ୍ଧି ରଖୁଥୁଲେ । ଜମିରେ ପାଣି ଢେଉ ମାରୁଥିବାରୁ ପାଣି ଜମିରୁ ଧାନ ଉଦ୍ଧାର କରିବା କଷ୍ଟକର । ଋଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ କରିବା ସହିତ ଧାର କରି ଚାଷ କରିଥିଲୋ ବର୍ଷା ଯୋଗୁ କୋବିରେ ପୋକ ସୃଷ୍ଟି ହୋଇ ନଷ୍ଟ ହୋଇଯାଇଛି । ପାଚିଲା ଧାନ ନ ଚାଷ ଜମିରେ ଗଜା ହୋଇଯାଇଥିବ ଦେଖୁବାକୁ ମିଳୁଛି । କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ଫସଲ ବୀମା କମ୍ପାନୀ ପକ୍ଷରୁ ଚାଷୀଙ୍କୁ କ୍ଷତୀପୂରଣ ସହାୟତା ପ୍ରଦାନ କରିବାକୁ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।