ଚୋରା ମଦ ଜବତ ୬ କୋର୍ଟ ଚାଲାଣ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରା ମଦ ବିକ୍ରି ହେଉଥିବାର ଅଭିଯୋଗ ହେବାପରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ପୌରାଞ୍ଚଳର କଜଳା, ମହିପାଳର ମାଣିଆ ଦାସ, ରାହାସ ଦାସ, ବଡହାଟର ମାନା ମହାରଣା, ପୁରସ୍ତମପୁରର ବନମାଳି ମିଶ୍ର, ଚକଡାର ନିରଞ୍ଜନ ଜେନା, ଏକଲପୁରର ସରୋଜ ରାଉତ ପ୍ରମୁଖଙ୍କୁ ଗିରଫ କରି ଏମାନଙ୍କ ଠାରୁ ପ୍ରାୟ ୩ଶହ ଲିଟର ଦେଶୀ, ବିଦେଶୀ ଚୋରା ମଦ ଜବତ କରିବା ସହ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗର ଏହି ଚଢାଉ ସମୟରେ ଅନ୍ୟ କର୍ମଚାରୀ ମାନେ ସହ ଯୋଗ କରିଥିଲେ  ।