ଏସଆଇ ଚାକିରୀ କେଳେଙ୍କାରୀ : ପଞ୍ଚମ ଦଲାଲ ଗିରଫ
କଟକ : ପୁଲିସ ଏସଆଇ ଚାକିରୀ ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଦଲାଲକୁ ଗିରଫ କରିଛି । ଏହି ମାମଲାରେ ତାକୁ ମିଶାଇ ୫ ଦଲାଲ ଗିରଫ ହୋଇସାରିଲେଣି । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିଙ୍ଗାଲା ଥାନା ଅନ୍ତର୍ଗତ ଅରବିନ୍ଦ ଦାସ (୪୩) । ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଅରବିନ୍ଦକୁ ଗିରଫ କରିଛି । ଅରବିନ୍ଦଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୧୧୪ ପରୀକ୍ଷାର୍ଥୀ ଓ ୪ ଦଲାଲକୁ ଗିରଫ କରିଛି । ଫଳରେ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି ।