ଇ -କେୱାଇସି କରିନଥିଲେ ମିଳିବନି ଚାଉଳ

ଇ -କେୱାଇସି କରିନଥିଲେ  ମିଳିବନି ଚାଉଳ

ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ । ଯେଉଁମାନେ ବିନା କେୱାଇସି କରି ଚାଉଳ ନେଉଛନ୍ତି, ଆସନ୍ତା ମାସରୁ ସେମାନଙ୍କୁ ଚାଉଳ ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ କେୱାଇସି କରିନାହାନ୍ତି । କେନ୍ଦ୍ର ସରକାର ଇ କେୱାଇସ ବନ୍ଦ କରିଦେଇଛନ୍ତି । ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ । ଯେଉଁ ହିତାଧିକାରୀ ଇ କେୱାଇସି କରିନାହାନ୍ତ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିନା କେୱାଇସିରେ ଯେଉଁ ମାନେ ବର୍ତ୍ତମାନ ଚାଉଳ ନେଉଛନ୍ତି । ଆସନ୍ତା ମାସରୁ ସେମାନଙ୍କୁ ଆଉ ଚାଉଳ ମିଳିବ ନାହିଁ ।