ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

 ସାଲେପୁର  : ସ୍ଥାନୀୟ ନାନେ୍ଦାଳଗଡ଼ା ପେଟ୍ରୋଲ୍ ପମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଏଥିସହ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ନଈଗୁଆଁର ଡମ୍ବରୁଧର ପାଢ଼ୀଙ୍କ ପତ୍ନୀ ଝରାଶ୍ରୀ ପାଢ଼ି(୪୨) ବୋଲି ଜଣାପଡ଼ିଛି । ଆଜି ମଧ୍ୟାହ୍ନରେ ଦୁହେଁ ଏକ ସ୍କୁଟି ଯୋଗେ କଟକ ଯାଉଥିବା ବେଳେ ନାନେ୍ଦାଳଗଡ଼ା ପେଟ୍ରୋଲ୍ ପମ୍ପ ନିକଟ ଦୂରରେ ତାଙ୍କ ସ୍କୁଟିକୁ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଝରାଶ୍ରୀଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଡମ୍ବରୁଧର ଗୁରୁତର ହୋଇଥିଲେ । ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚô ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଝରାଶ୍ରୀ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ଚିକିତ୍ସା ଲାଗି କଟକ ବଡ଼ ମେଡ଼ିକାଲ୍ ଯାଉଥିଲେ ।