ଏସ.ଏନ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳନ
ରାଜକନିକା : ରାଜକନିକା ତା, ୨୪/୯ ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ. ଫକୀର ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ୟୁକୋ କ୍ଲବ କୋଡିନେଟର ଗୋପୀନାଥ ଦାଶ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ପିଲାମାନଙ୍କୁ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ଜିଲ୍ଲା ପ୍ରୋଗ୍ରାମ ଅଫିସର ଦେବଦାସ ପ୍ରଧାନ ଏସ. ଏନ କଲେଜରେ ଜାତୀୟ ସେବା ଯୋଜନାର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସଂଯୋଜକ ଡ. ଜୟନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ରଖିଥିବା ବେଳେ ସଂଯୋଜିକା ଜ୍ୟୋତି ପୁଷ୍ପା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ଡ. ମିଥିଳା ଦାସ, ଡ. ଅଜୟ କୁମାର କୁଣ୍ଡ, ଡ. ମିର୍ଜା ଇବ୍ରାହିମ ବେଗ, ପ୍ରଫେସର ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।