ନିଦେ୍ର୍ଦାଶ ପୁଅକୁ ଛାଡିବା ପାଇଁ ଦାବି
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ମେରାଇନ ଥାନା ଅନ୍ତର୍ଗତ ହରିଅଣ୍ଟା ଗ୍ରାମର କମଳା ମଳିକ ଓ ଭିନ୍ନକ୍ଷମ ଉଚ୍ଛବ ମଳିକଙ୍କ ପୁଅ ସଚ୍ଚିକାନ୍ତ ମଳିକଙ୍କୁ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ମାଡମାରି ଆହତ କରିଥିଲେ । ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ ନକରି ମାଡ ଖାଇଥିବା ସଚ୍ଚିକାନ୍ତଙ୍କୁ ଗିରଫ କରି ଥାନାକୁ ଆଣିବା ସମୟରେ ସଚ୍ଚିକାନ୍ତ ଥାନାରେ ରକ୍ତବାନ୍ତି କରିବାରୁ ଥାନା ଅଧିକାରୀ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଉଦ୍ବେଗ ଜନକ ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ନେବା ପରିବର୍ତେ ତାଙ୍କ ଘରେ ଛାଡି ଦେଇଥିଲେ । ପରିବାର ଲୋକ ତାଙ୍କର ଚିକିସôା କରଇ ଘରକୁ ଆସିବା ପରେ ତଙ୍କୁ ପୁନର୍ବାର ଗିରଫ କରି କୋର୍ଟ ଚାଲାଣ କରିଥିବା ପରିବାର ପକ୍ଷରୁ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥର୍ କଟାରିଆ ଓ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ତାଙ୍କ ପୁଅକୁ ଛାଡିବା ସହିତ ମାଡ ମାରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।