ଭସଳରବହିଙ୍ଗୁଳା ପୀଠରେ ନବରାତ୍ର ପୂଜା 


 ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୂତ୍ରୀ ପୂଜନ, ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ପୂଜନ, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ପୂଜନ, ଚତୁର୍ଥ ଦିବସରେ କୃଷ୍ଣମାଣ୍ଡୈ÷ତି ପୂଜନ, ପଞ୍ଚମ ଦିବସରେ ସ୍କନ୍ଧମାତା ପୂଜନ, ଷଷ୍ଠ ଦିବସରେ କାର୍ତାୟନୀ ପୂଜନ, ସପ୍ତମ ଦିବସରେ କାଳରାତ୍ରୀ ପୂଜନ, ଅଷ୍ଟମ ଦିବସରେ ମହାଗୌରୀ ପୂଜନ,  ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜନ, ଦଶମ ଦିବସରେ ଅପରାଜିତା ପୂଜନ, ଆରତୀ ଓ ପୂର୍ଣ୍ଣାହୂତି ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ଜଣାପଡିଛି । ନବରାତ୍ର ପୂଜାର ତୃତୀୟ ଦିବସରେ ମା ଚନ୍ଦ୍ରଘଣ୍ଟାଙ୍କ ପୂଜନ ସହିତ ସୂର୍ଯ୍ୟପୂଜା, ଗୋପୂଜା, ଦେବୀ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଯଜ୍ଞ ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଛି । ସ୍ୱାମୀ ଧୀରେନ୍ ଚୈତନ୍ୟ ମହାରାଜଙ୍କ ଆବାହକତ୍ୱରେ ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ସୁରେଶ ଚନ୍ଦ୍ର ଧର, ବିମଳେନ୍ଦୁ କର ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । କର୍ତ୍ତା ଭାବରେ ଦାମୋଦର ଦୋରା, ପଦ୍ମିନୀ ଦୋରା,ରାଜକିଶୋର ସାହୁ, ତପନ କୁମାର ଗଡ଼ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରତ୍ୟକ୍ଷ ସହାୟତାରେ ମା’ ହିଙ୍ଗୁଳାଙ୍କ ପୀଠରେ ନବରାତ୍ର ପୂଜା ଦୀର୍ଘ ୩୬ ବର୍ଷ ଧରି ନିରବିଚ୍ଛନ୍ନ ଭାବରେ ଅନୁଷ୍ଠିତ ହେଉଛି ।