ରାସ୍ତା ଅବସ୍ଥା ସୁଧାରିବାକୁ ବିଡିଓଙ୍କ ନିକଟରେ ଫେରାଦ
ରାଜନଗର : ରାଜନଗର ବ୍ଲକ ହାତିନା ପଞ୍ଚାୟତ ଦଳିତ ବସ୍ତିରେ ଥିବା ରାସ୍ତା ଅବସ୍ଥା ବର୍ଷାରେ ବେହାଲ ହୋଇପଡିଛି । ଘରୁ ବାହାରିବା ସେମାନଙ୍କୁ କଷ୍ଟକର ହେଉଛି । ମଙ୍ଗଳବାର ସେମାନେ ରାଜନଗର ବିଡିଓ ଅନିରୁଦ୍ଧ ବେହେରାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ବସ୍ତିରେ ୭୦ଟି ପରିବାର ରହୁଛନ୍ତି । ସେମାନଙ୍କ ବସ୍ତିଦେଇ ଗ୍ରାମ୍ୟ ଉନ୍ନୟନ ରାସ୍ତାଯାଏ କଚ୍ଚାରାସ୍ତା ରହିଛି । ବର୍ଷାରେ ଟ୍ରାକ୍ଟର ଯାଇ ଗାଢ ସ୍ୃଷ୍ଟି କରିଦେଇଛି । ଏପରିକି ଗାଁ ମୁଣ୍ଡରେ ଥିବା ନଳକୂପରୁ ପିଇବା ପାଣି ଆଣିବା କଷ୍ଟକର ହେଉଛି । ବର୍ଷାଜଳ ଜମିରହିବା ସହ କାଦୁଅ ପଙ୍କରେ ଯିବା ଆସିବା କରିହେଉନାହିଁ । ଏହି ଗ୍ରାମର କାମିନୀ ଯେନା, ଚୁମୁକି ଯେନା, ସାନ୍ତିଲତା ଯେନା, କୈାଶଲ୍ୟା ଦାସ, ପୁଷ୍ପଲତା ନାୟକ, ପାର୍ବତୀ ଦାସ, କବିତା ଦାସ, ରଂଜିତା ଯେନା, ରେଖା ଯେନା, ସାବିତ୍ରୀ ଯେନା, ପ୍ରଭାତି ଯେନା, ବାସନ୍ତୀ ଯେନା, ଶକୁନ୍ତଳା ଯେନା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ମହିଳାମାନେ ବ୍ଲକ ପରିସରକୁ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।