ଦାବି ପୂରଣ ନ ହେଲେ ଡ୍ରାଇଭର ମହାସଂଘର ଆନେ୍ଦାଳନ
କେନ୍ଦ୍ରାପଡା : ଓଡିଶା ଡ୍ରାଇଭର ମହାସଂଘ ର ନିଷ୍ପତି କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କୁ ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଦୀର୍ଘଦିନରୁ ଦାବି କରାଯାଉଥିବା ଦାବି ମଧ୍ୟରୁ ଗୋଟିଏ ପୂରଣ ହୋଇଥିବା ବେଳେ, ଅନ୍ୟ ୬ଟି ଦାବିର କୌଣସି ସମାଧାନ ହୋଇ ନ ଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଆସନ୍ତା ୧ ମାସ ମଧ୍ୟରେ ରାଜ୍ୟ ସରକାର ଏହି ଦାବି ପୂରଣ ନ କଲେ ଜୁଲାଇ ୮ରୁ ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନେ୍ଦାଳନ ସମଗ୍ର ରାଜ୍ୟରେ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବି ଗୁଡିକ ମଧ୍ୟରେ ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା, ଓଡିଶା ରେ ଥିବା ସମସ୍ତ ଖଣି ଖାଦାନ ଓ କାରଖାନା ମାନଙ୍କରେ ୭୦ ଭାଗ ଓଡିଆ ଡ୍ରାଇଭରଙ୍କୁ କାମ କରିବା ପାଇଁ ସଂରକ୍ଷଣ ଦେବା, ପ୍ରତି ୧୦୦ କିମି ଅନ୍ତରରେ ଗାଡି ପାର୍କିଂ, ଡ୍ରାଇଭର ମାନଙ୍କ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା କରିବା, ୬୦ ବର୍ଷ ପରେ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ଭତା ପ୍ରଦାନ ଓ ଡ୍ରାଇଭର ୱେଲଫାୟାର ଫଣ୍ଡରେ ଅଟୋ ଡ୍ରାଇଭର ମାନଙ୍କୁ ସାମିଲ କରିବା ଆଦି ଦାବି ଗୁଡିକ ରହିଛି । ଡ୍ରାଇଭର ମହାସଂଘ ସଭାପତି ରଞ୍ଜନ ଦାସଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ରାଞ୍ଜନ ମହାନ୍ତି, ଅଜୟ ସେଠୀ, ଜାବିର ଖାନ, ସେକ ମୁସ୍ତାକିମ୍, ଅଶ୍ୱିନୀ ଗିରି, ଦିପକ ଦାସ, ବିଶ୍ୱ ପ୍ରସାଦ ନାୟକ, ପର୍ଶୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।