ନିଶା ନିବାରଣ ଅଭିଯାନର ଚିନ୍ତନ ସଭା
କେନ୍ଦ୍ରାପଡା : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଏକ ଜିଲ୍ଲା ସ୍ତରୀୟ ଚିନ୍ତନ ବୈଠକ ପବ୍ଲିକ ରିଡିଙ୍ଗ ରୁମ୍ ପରିସରରେ ଆୟୋଜିତ ହୋଇଯାଇଛି । ସଂଗଠନର ବରିଷ୍ଠ ସଭ୍ୟ କୈଳାସ ଚନ୍ଦ୍ର ମଲିକଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ପର୍ଯ୍ୟବେକ୍ଷକ ରୂପେ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ଯୋଗଦେଇ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବାରେ ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ପ୍ରତାରଣା ବିରୋଧରେ କେନ୍ଦ୍ରାପଡ଼ରୁ ଲଢେଇର ବିଗୁଲ୍ ଫୁଙ୍କି ଥିଲେ । ସଂଗଠନର ମହିଳା ଶାଖା ସଭାପତି ଅପର୍ଣ୍ଣା ନାୟକ ନିଶା ପ୍ରସାର ନୀତି ଯୋଗୁ ମହିଳାମାନଙ୍କ ଦୟନୀୟ ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଥିଲେ । ଚିନ୍ତନ ସଭାର ଆଲୋଚନା ଆରମ୍ଭ କରି ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ସରକାରଙ୍କ ଛଳନାପୂର୍ଣ୍ଣ ନିଶାମୁକ୍ତି ସଚେତନତା ସାଧାରଣ ଜନତାଙ୍କ ପ୍ରତି ଏକ ଧୋକ୍କାବାଜି ବୋଲି ଅଭିହିତ କରିବା ସହ ଆସନ୍ତା ଚାରିମାସ ମଧ୍ୟରେ ସରକାର ନିଶା ନିବାରଣ ଆଇନ କାର୍ଯ୍ୟକାରୀ ନକରିଲେ ନଭେମ୍ବର ମାସରୁ ସଂଗଠନ ପ୍ରତିରୋଧ ଆନେ୍ଦାଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଥିଲେ ।