ଏସୟୁଯେ ପକ୍ଷରୁ ସାମ୍ୱାଦିକ ଦିବସ

 ଜୟପୁର:  କୋରାପୁଟ ଜିଲ୍ଲା ଏସୟୁଯେ ଶାଖା ତାହାର ବିଶ୍ୱ ସାମ୍ୱାଦିକ ସ୍ୱନ୍ତ୍ରତା ଦିବସ ଜୟପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପାଳନ କରିଛି । ଏହି ଅବସରରେ ଜିଲ୍ଲା ସଭାପତି ତରୁଣ ମହାପାତ୍ର ସମ୍ପାଦକ ଶିଶିର ଚନ୍ଦ୍ର ଆଚାର୍ଯ୍ୟ ଉପଦେଷ୍ଟା ପଦ୍ମନାଭ ହୋତା, ପବନ ପାଣିଗ୍ରାହୀ, ସତ୍ୟ ପଟ୍ଟନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ଚୌଧୁରୀ, କମଳ ଭତ୍ରା ପ୍ରମୁଖ ଉପସ୍ଥିତ ରହି ସାଂପ୍ରତିକ ପରିସ୍ଥିତିରେ ସାମ୍ୱାଦିକ ମାନଙ୍କୁ ଅବାଧ ସମ୍ବାଦ ପରିବେଶୋଣରେ ସ୍ୱନ୍ତ୍ରତା ପ୍ରଦାନ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମ୍ବାଦ ଗୃହ ଗୁଡ଼ିକ ସରକାର ଏବଂ ରାଜନୈତିକ ଚାପରୁ ମୁକ୍ତ ରୋହିଲେ ନିର୍ଭୀକ ଭାବରେ ସମ୍ବାଦ ପରିବେଶଣ କରିପାରିବେ ଯହାଦ୍ୱାରା ସମାଜରୁ ଦୁର୍ନିତୀ ନିବାରଣ ହେବା ସହ ସମାଜର ସମସ୍ତ ବର୍ଗଙ୍କୁ ଜାଗୃତ କରିହେବ । ଏହା ସହ ସାମ୍ୱାଦିକ ମାନଙ୍କ ସୁରକ୍ଷା ପେନସନ ଆଦି ଅନେକ ସୁବିଧା ସରକାର ଦେବାକୁ ଦାବୀ କରିଥିଲେ  ।