ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ
ନୀଳଗିରି : ନୀଳଗିରିରେ ଶୁକ୍ରବାର ଦିନ କନିଷ୍ଠ ଖଣି ଅଧିକାରୀ ସମ୍ବିତ କୁମାର ମଣିଙ୍କୁ ବାଇପାସ ଠାରେ ତିନୋଟି ବାଇକରେ ୫ ଜଣ ଯୁବକ ଆସି ମାଡ଼ ମାରିଥିଲେ । ଏପରିକି ଡ୍ରାଇଭର ଏସକେଏମଡି ଖାଲିକ୍ଙ୍କୁ ମଧ୍ୟ ଛାଡି ନଥିଲେ । ପରେ ଅଧିକାରୀ ଓ ଡ୍ରାଇଭର ନିଳଗିରି ମେଡିକାଲ ଯାଇ ଚିକିସôିତ ହେବାପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ବ କରିବା ପରେ ସାନଅତା ଅଂଚଳର ମାନସ ରଞ୍ଜନ ରାଉତ ଓରଫ ଟିକୁ ନାମକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦିନକୁ ଦିନ ନୀଳଗିରିରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ, ରାଜସ୍ୱ ଓ ଖଣିଜ ବିଭାଗକୁ ଚେଲେଞ୍ଜ ଦେବା ସହ ଅରାଜକତା ବୃଦ୍ଧି କରୁଥିବା ଜଣାଯାଇଛି ।