ଐତିହାସିକ ଉପଲବ୍ଧି: ପୂର୍ବତଟ ରେଳପଥର ରେକର୍ଡ ସମୟରେ ୧୦୦ ଏମଟି ମାଲ ପରିବହନ
ଭୁବନେଶ୍ୱର : ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି । ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (ଏମଟି) ମାଲ ପରିବହନ ରେକର୍ଡ ହାସଲ କରିଛି । ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ୧୦.୭% ବୃଦ୍ଧି ଅଟେ । ଏହି ମାଇଲଖୁଣ୍ଟ ୨୦୨୪-୨୫ ରେ ହାସଲ ହୋଇଥିବା ୧୪୮ ଦିନର ପୂର୍ବ ରେକର୍ଡ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ପୂର୍ବତଟ ରେଳପଥ ଅଗଷ୍ଟ ୧୨ରେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯାହା ଗତ ବର୍ଷର ସଫଳତା ତୁଳନାରେ ୧୪ ଦିନ ଆଗୁଆ ଭାବରେ ହାସଲ କରିଛି । ଯାହା ଏହାର ନିରନ୍ତର ଅଭିବୃଦ୍ଧି ପଥ ଏବଂ କାର୍ଯ୍ୟକ୍ଷମ ଉକôୃଷ୍ଟତାକୁ ପ୍ରତିଫଳିତ କରୁଛି ।