ଓଏପିଏଫ୍ ସୁରକ୍ଷାବାହିନୀ କର୍ମଚାରୀଙ୍କ ଦାଦାଗିରି : ସାମ୍ବାଦିକଙ୍କ ଘରକୁ ଜବରଦଖଲ
ମାଲକାନଗିରି : ସାମ୍ବାଦିକଙ୍କ ଘରକୁ ଜବର ଦଖଲ କରିଛନ୍ତି ଓଏପିଏଫ୍ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଜଣେ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଗ୍ରାମରେ । ରବିନ୍ଦ୍ର କୁମାର ସାହୁ ଜଣେ ସାମ୍ବାଦିକ ତାଙ୍କୁ ବାଲିମେଳା ମାଟିବନ୍ଧ ଯୋଜନା ଚିତ୍ରକୋଣ୍ଡା ବିଭାଗ ତରଫରୁ ଅଫିସ ଆଦେଶ ପତ୍ର ସଂଖ୍ୟା ୦୩/୨୦୨୪ ଅନୁଯାୟୀ ଡି ଆର - ୪୦ ନାମକ ଏକ ଘର ପ୍ରଦାନ କରା ଯାଇଥିଲା । ସାମ୍ବାଦିକ ସାହୁ ଡି ଆର- ୪୦ ଘରଟିକୁ ମରାମତି କରି ଘରେ ରହିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ କିନ୍ତୁ ତାଙ୍କୁ ଜରୁରୀ କାର୍ଯ୍ୟ ଯୋଗୁଁ ଚିତ୍ରକୋଣ୍ଡାରେ ଅନୁପସ୍ଥିତ ଥିଲେ । ଏହାର ସୁଯୋଗ ନେଇ ଗୁରୁ ହନ୍ତାଳ ଓଏପିଏଫ୍ (ପୋଲିସ)ଘରଟିକୁ ନିଜ ଅକ୍ତିଆର କରିନେଲେ । ଯେତେ ବୁଝା ସୁଝା କରିବାପରେ ମଧ୍ୟ ଗୁରୁ ଘର ଛାଡୁ ନାହାଁନ୍ତି । ବର୍ତ୍ତମାନ ଘର ଲାଗି ଦସ ବାର ହାତ ବଗିଚା ନିମନ୍ତେ ଥିବା ଜାଗା ଉପରେ ବ୍ୟକ୍ତିଗତ ଭାବରେ ଘର ଟିଏ ନିର୍ମାଣ କରୁଛନ୍ତି । ଅନ୍ୟପଟେ ପୋଲିସ କର୍ମଚାରୀ ହୋଇଥିବାରୁ ଓଲଟି ଧମକଚମକ ଦେଉଛନ୍ତି । ଓଏପିଏଫ୍ ପୋଲିସ କର୍ମଚରୀ ଗୁରୁ ହନ୍ତାଲ ଦୀର୍ଘ୍ ଦିନ ଧରି ଜବରଦଖଲ କରି ରହିଆସିଛନ୍ତି । ଅନ୍ୟ ପଟେ ସାମ୍ବାଦିକ ନାମରେ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଘରଭଡ଼ା ବାବଦରେ ମାଟିବନ୍ଧ ବିଭାଗ ପୌଠ କରିବାକୁ ସାମ୍ବାଦିକଙ୍କୁ ବିଲ ଦେଇଛି । ଏହାକୁ ନେଇ ଶ୍ରୀ ସାହୁ ମାନସିକ ଚାପରେ ରହୁଚନ୍ତି । ତେବେ ସେ ଜଣେ ପୋଲିସ କର୍ମଚାରୀ ହୋଇ ଗୁଣ୍ଡାରାଜ କରୁଛନ୍ତି ତାହା ବୁଦ୍ଧିଜୀବୀ, ଜନସାଧାରଣ ମହଲରେ ଚର୍ଚ୍ଚÿା ।